ETV Bharat / city

ଚେତିଲେ ଛତିଶଗଡ଼ ସରକାର, ଅପରାହ୍ନରେ ମୁଖ୍ୟ ଶାସନ ସଚିବସ୍ତରୀୟ ବୈଠକ

author img

By

Published : Aug 16, 2022, 1:07 PM IST

ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ ରାଜ୍ୟରେ ବନ୍ୟା ସ୍ଥିତି । ତେବେ ଏ ନେଇ ଆଲୋଚନା କରିବେ ଛତିଶଗଡ଼ ସରକାର । ଆଜି ବସିବ ଓଡ଼ିଶା-ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । ଅଧିକ ପଢନ୍ତୁ

ଚେତିଲେ ବାଘେଲ ସରକାର, ବସିବ ଓଡ଼ିଶା ଛତିଶଗଡ଼ ମୁଖ୍ୟ ଶାସନ ସଚିବ ବୈଠକ

ଭୁବନେଶ୍ବର: ବନ୍ୟା ସ୍ଥିତି ଗମ୍ଭୀର ହେବାପରେ ଚେତିଲେ ଛତିଶଗଡ଼ ସରକାର । ଉପର ମୁଣ୍ଡରେ ପ୍ରବଳ ବର୍ଷା ସହ ରାଜ୍ୟରେ ବନ୍ୟା ଅସ୍ତବ୍ୟସ୍ତ କରିବା ପରେ ଆଲୋଚନାକୁ ଫେରିଛନ୍ତି ଛତିଶଗଡ଼ ସରକାର । ଓଡିଶା ସହ ବୈଠକ ଡାକିଛନ୍ତି ଛତିଶଗଡ଼ ପ୍ରଶାସନ । ତେବେ ଆଜି ବସିବ ଓଡ଼ିଶା-ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ(Chief Secretary level meeting) ।

ଅପରାହ୍ନ ୪ଟାରେ ଉଭୟ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଭିସିରେ ବୈଠକ ବସିବ । ସର୍ବୋଚ୍ଚ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଓ ନିଜ ରାଜ୍ୟରେ ଛୋଟ ବଡ଼ ବ୍ୟାରେଜ ନିର୍ମାଣ ଯୋଗୁଁ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ବନ୍ୟା ସୃଷ୍ଟି ହୋଇଛି । ସମସ୍ୟାରେ ପଡି଼ବା ପରେ ହୀରାକୁଦର ଅଧିକ ଗେଟ ଖୋଲିବା ଲାଗି ଛତିଶଗଡ଼ ଓଡ଼ିଶା ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା ।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୀରାକୁଦର ଜଳ ପରିଚାଳନା କରୁଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ମୁଣ୍ଡୁଳିରେ ଜଳସ୍ତର ୧୧ଲକ୍ଷ କ୍ୟୁସେକ ଗତକାଲି ହୀରାକୁଦର ୮ଟି ଗେଟ ବନ୍ଦ କରାଯାଇଛି । ଫଳରେ ଛତିଶଗଡ଼ରେ ସମସ୍ୟା ବଢିଛି । ଗତ ୨ ବର୍ଷ ହେଲା ଓଡ଼ିଶା ସହ ଆଲୋଚନା କରୁନଥିବା ଛତିଶଗଡ଼ ଟ୍ରାକକୁ ଫେରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.