ETV Bharat / city

Municipal election: ନିରପେକ୍ଷତା ନେଇ କଠୋର ହେଲେ ମୁଖ୍ୟ ଶାସନ ସଚିବ

author img

By

Published : Mar 9, 2022, 9:30 PM IST

ପୌର ନିର୍ବାଚନରେ ନିରପେକ୍ଷତା ନେଇ କଠୋର ହୋଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ ଅଧିକାରୀଙ୍କୁ କଲେ ତାଗିଦ । ଅବହେଳା କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅବହେଳା କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

Municipal election
Municipal election

ଭୁବନେଶ୍ବର: ପୌର ନିର୍ବାଚନରେ ନିରପେକ୍ଷତା ନେଇ କଠୋର ହୋଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ ଅଧିକାରୀଙ୍କୁ କଲେ ତାଗିଦ । ଅବହେଳା କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅବହେଳା କଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ନିରପେକ୍ଷତା ନେଇ କଠୋର ହେଲେ ମୁଖ୍ୟ ଶାସନ ସଚିବ

ଗତ ପଞ୍ଚାୟତ ନିର୍ବାଚନରେ ସରକାରୀ ଅଧିକାରୀ ନିରପେକ୍ଷତା ରକ୍ଷା କରିନଥିବା ବହୁ ଅଭିଯୋଗ ଆସିଛି । ବରିଷ୍ଠ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ଚତୁର୍ଥ ଶ୍ରେଣୀ କର୍ମଚାରୀ ନିରପେକ୍ଷତା ରକ୍ଷା ନକରି ଦଳୀୟ କାର୍ଯ୍ୟକ୍ରମରେ ଲିପ୍ତ ଥିବା ନଜରରେ ଆସିଛି । କିଛି ଅଧିକାରୀଙ୍କ ଲାଗି ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ନିନ୍ଦିତ ହେଉଛି । ଏହାକୁ ନେଇ କଠୋର ହୋଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏନେଇ ସମସ୍ତ ବିଭାଗୀୟ ସଚିବ, ପୋଲିସ ଡିଜି, ଆରଡିସି ଓ ବିଭାଗ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ପୋଲିସ ପ୍ରଶାସନ ସମେତ ସମସ୍ତ ସରକାରୀ ଅଧିକାରୀ ଆସନ୍ତା ପୌର ନିର୍ବାଚନରେ ନିରପେକ୍ଷତା ବଜାୟ ରଖିବା ଲାଗି ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

କୌଣସି ଜଣେବି ସରକାରୀ ଅଧିକାରୀ କୌଣସି ଦଳ ଲାଗି ପ୍ରଚାରରେ ସାମିଲ ହେବେ ନାହିଁ । ସରକାରୀ ଗାଡି ଓ କଳ ଦଳୀୟ ପ୍ରଚାର ଓ କାର୍ଯ୍ୟକ୍ରମରେ ସାମିଲ ହେବନାହିଁ । ପୌରାଞ୍ଚଳରେ ସରକାରୀ ଯୋଜନାର ପୋଷ୍ଟର ସର୍ବସାଧାରଣ ସ୍ଥାନରେ ଲାଗିବ ପାରିବନାହିଁ । ସୁରକ୍ଷା କାର୍ଯ୍ୟକ୍ରମ ବ୍ୟତୀତ କୌଣସି ଜଣେ ବି ସରକାରୀ ଅଧିକାରୀ ନିର୍ବାଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଯିବେ ନାହିଁ । ସରକାରୀ କାର୍ଯ୍ୟ ସମୟରେ ରାଜନୈତିକ ବ୍ୟକ୍ତିଙ୍କ ସହ ସମ୍ପୂର୍ଣ୍ଣ ନିରପେକ୍ଷତାର ସହ ସେବା ଯୋଗାଇବେ । ନହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୋଲିସକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.