ETV Bharat / city

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ମଜବୁତ ପାଇଁ ଯୋଜନା ଜରୁରୀ - ଅସିତ ତ୍ରିପାଠୀ

କୃଷି ବ୍ୟବସାୟ ଓ ଉଦ୍ୟୋଗର ସୁଦୃଢ଼ୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ ହେବା ଦରକାର । କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ..

କୃଷି ଓ ଆନୁସଙ୍ଗୀତ କ୍ଷେତ୍ର ମଜବୁତ ପାଇଁ ଯୋଜନା ଜରୁରୀ

author img

By

Published : Jun 24, 2021, 10:33 PM IST

ଭୁବନେଶ୍ବର: କୃଷି, ଉଦ୍ୟାନ କୃଷି, ମତ୍ସ୍ୟପାଳନ ଓ ସମବାୟ ବିଭାଗ, ନାବାର୍ଡକୁ ନେଇ ଏକ କୃଷି ବ୍ୟବସାୟ ଓ କୃଷି ଉଦ୍ୟୋଗ ସୁଦୃଢ଼ ପାଇଁ ଏକ ମିଳିତ ଖସଡ଼ା ପ୍ରସ୍ତୁତ ହେବ । ଗୁରୁବାର ବସିଥିବା କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ ଅନୁଷ୍ଠିତ ହୋଇଛି ।

ଚାଷ ପ୍ରାଧାନ୍ୟ ଆମ ରାଜ୍ୟ କୃଷିର ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ହାସଲ କରିଥିବା ସତ୍ତ୍ବେ ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ନିମ୍ନରେ ରହିଛି । ଏହି ଦୃଷ୍ଟିକୋଣରୁ କୃଷି କ୍ଷେତ୍ରକୁ ଅଧିକ ପାରଦର୍ଶୀ ଓ ସୁଦୃଢ଼ କରିବା ଉପରେ ଏହି ବୈଠକରେ ଆଲୋଚନା ହୋଇଛି । କୃଷି, କୃଷି ଉଦ୍ୟାନ, ମତ୍ସ୍ୟ ପାଳନ ବିଭାଗ ଦୀର୍ଘସୂତ୍ରୀ ଯୋଜନା ପରିବର୍ତ୍ତେ ସ୍ବଳ୍ପ ମିଆଦୀ ଯୋଜନା ପ୍ରସ୍ତୁତ କରିବା, କାର୍ଯ୍ୟକ୍ରମ ପରିଚାଳନା ଓ ସଫଳତା ହାସଲ ଦିଗରେ ରହିଥିବା ଆହ୍ବନ ଓ ସମସ୍ୟା ଉପରେ ଅଧିକ ଦୃଷ୍ଟି ଦେବା ସହିତ କ'ଣ ସବୁ କରାଯିବା ଆବଶ୍ୟକ ରହିଛି ତାହା ପ୍ରକାଶ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି ।

ବିଭାଗଗୁଡ଼ିକର ନିର୍ଦ୍ଦେଶକମାନେ କ୍ଷେତ୍ରୀୟ ସ୍ତରରେ କି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ତାକୁ କିପରି ସମାଧାନ କରିହେବ ତାହା ଉପସ୍ଥାପନ କରିବା ନିମନ୍ତେ ଅସିତ କହିଛନ୍ତି । ମତ୍ସ୍ୟ ପାଳନ କ୍ଷେତ୍ରରେ ଆମେ ଉନ୍ନତ ପ୍ରଦର୍ଶନ କରିଛୁ । ଏପରିକି ମଧୁର ଜଳ ମାଛଚାଷ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ମଧ୍ୟ ଉପକୂଳ ଜିଲ୍ଲାଗୁଡ଼ିକଠାରୁ ଭଲ ପ୍ରଦର୍ଶନ କରିଥିବା ବୈଠକରେ ମତ୍ସ୍ୟ ନିର୍ଦ୍ଦେଶକ କହିଛନ୍ତି । ଏବେ ବାୟୋ ଫ୍ଲକର ଚାହିଦା ବଢ଼ିବା ଏବଂ ଏହା ସଫଳ ହେବା ସମସ୍ତଙ୍କୁ ଉତ୍ସାହିତ କରିଛି ବୋଲି କହିଛନ୍ତି । ହୀରାକୁଦ ଜଳଭଣ୍ଡାରରେ ଏହା ବିଶେଷ ସଫଳ ହୋଇଥିବା ଜଣାପଡିଛି ।

ସେହିପରି ଉଦ୍ୟାନକୃଷି କ୍ଷେତ୍ରରେ ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଗୁଆ ରହିଥିବା କୁହାଯାଇଛି । ଓଡ଼ିଶା କନ୍ଧମୂଳ ଉତ୍ପାଦନରେ ଦେଶରେ ପ୍ରଥମ, କାଜୁରେ ତୃତୀୟ ଏବଂ ଆମ୍ବ ଉତ୍ପାଦନରେ ପଞ୍ଚମ ସ୍ଥାନରେ ରହିଛି । ତେବେ ଆମ୍ବ ଫସଲ ଉପରେ ଅଧିକ ଗୁରୁତ୍ବ ନଦେଇ ପିଜୁଳି, ଜାମୁକୋଳି, ବରକୋଳି ଆଦି ଫସଲ ଚାଷ କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ବଜାର ସୃଷ୍ଟି କ୍ଷେତ୍ରରେ ପେଶାଦାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଲେ ମାର୍କେଟିଂ ସଂଯୋଗରେ ଉଲ୍ଲେଖନୀୟ ପ୍ରଗତି ହୋଇପାରନ୍ତା ବୋଲି ପ୍ରସ୍ତାବ ଦିଆଯାଇଛି ।

ତେବେ ବ୍ୟାଙ୍କ ଋଣ ପ୍ରଦାନରେ ଓଡ଼ିଶା ଦେଶରେ ସର୍ବନିମ୍ନରେ ଥିବାରୁ ଅସିତ ଉଦ୍‌ବେଗ ପ୍ରକାଶ କରିଛନ୍ତି । ନାବାର୍ଡ ସେ ଦିଗରେ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି । କର୍ମଚାରୀ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ପେଶାଦାର ଟିମ୍ ଗଠନ କରି ଆବଶ୍ୟକୀୟ ସ୍ଥଳକୁ ପଠାଗଲେ ଏହି ସମସ୍ୟାକୁ କିଛିଟା ଏଡ଼ାଯାଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି । ବିଭାଗୀୟ ସଚିବମାନେ ନିଜ ଅଧିନରେ କାର୍ଯ୍ୟରତ ନିର୍ଦ୍ଦେଶକ ଓ ନିଗମର କର୍ମକର୍ତ୍ତାମାନଙ୍କୁ ନେଇ ନିଜ ସ୍ତରରେ ପ୍ରଥମେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି ।

ଆଜିର ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଆର. କେ ଶର୍ମା, କୃଷି ସଚିବ ସୁରେଶ କୁମାର ବଶିଷ୍ଠ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମତ୍ସ୍ୟ ବିଭାଗ ପ୍ରମୁଖ ସଚିବ ଆର୍. ରଘୁପ୍ରସାଦ, କୃଷି ନିର୍ଦ୍ଦେଶକ ଏମ୍ . ମୁଥୁକୁମାର, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ସଦସ୍ୟା ସଚିବ ମାନସୀ ନିମ୍ବାଲ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମତି ରଞ୍ଜନ ପ୍ରଧାନ, ଏଜିଏମ୍ ନାବାର୍ଡ କମଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.