ETV Bharat / city

ଆଜି କର୍ମଜୀବୀ ମହିଳା ନିବାସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Mar 8, 2021, 12:11 PM IST

ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ଵରରେ 100 ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମହିଳା ଦିବସ ଅବସରରେ ଆଜି ଝାରସୁଗୁଡା, ଯାଜପୁର ଓ ଭୁବନେଶ୍ଵରରେ 100 ଅନ୍ତେବାସୀଙ୍କ ପାଇଁ କର୍ମଜୀବୀ ମହିଳା ନିବାସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ କର୍ମଜୀବୀ ମହିଳା ନିବାସ ୱେବ ପୋର୍ଟାଲ୍, ସ୍ଵଧାର ଓ ଉଜ୍ଜ୍ବଳା ଗୃହ ପାଇଁ ୱେବ୍ ପୋର୍ଟାଲ୍ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି ।

ଭିସି ଯୋଗେ ଏ ସବୁର ଲୋକାର୍ପଣ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ବ୍ୟାଙ୍କ ଲିଙ୍କେଜ ଆଣ୍ଡ ଇଣ୍ଟ୍ରେଷ୍ଟ ସବଭେନସନ୍ ( BLIS ) ୱେବ୍ ପୋର୍ଟାଲ୍, ବିଜନେସ୍ କରେସପଣ୍ଡେଣ୍ଟ ଏଜେଣ୍ଟସ୍ ( BCA ) ଇନିସିଏଟିଭ, ମିଶନ ଶକ୍ତି ୱେବ ପୋର୍ଟାଲ, ମିଶନ ଶକ୍ତି ମୋବାଇଲ ଆପ ଆଦିର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ମହିଳା ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଏସବୁ କାର୍ଯ୍ୟକ୍ରମର ଆଜି ଲୋକାର୍ପଣ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.