ETV Bharat / city

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

author img

By

Published : May 11, 2021, 7:55 PM IST

Updated : May 11, 2021, 8:44 PM IST

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତା । ପୁନର୍ବାର ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପ୍ତ ନାଏକଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଏବେ ବି ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅଛନ୍ତି ପ୍ରଦୀପ୍ତ । ଅଧିକ ପଢ଼ନ୍ତୁ...

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ
ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଚିନ୍ତା । ପୁନର୍ବାର ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି (ମଙ୍ଗଳବାର) AIIMS କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

କୋଭିଡ ସଂକ୍ରମିତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ପ୍ରଦୀପ୍ତ । ଗତ 16 ଦିନ ହେଲା ଏମ୍ସ ଆଇସିୟୁରେ ଅଛନ୍ତି । ପ୍ରଦୀପ୍ତଙ୍କ ଚିକିତ୍ସାର ଯତ୍ନ ନେଉଥିବା ଏମ୍ସ ଓ ଏସସିବି ଡାକ୍ତରଙ୍କ ସହ ଆଜି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଦୀପ୍ତଙ୍କ ଆରଟିପିସିଆର (RTPCR ) ରିପୋର୍ଟ ନେଗେଟିଭ ଆସିଛି । ତଥାପି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ ରହିଛି । କୋଭିଡ ସଂକ୍ରମଣ ଯୋଗୁଁ ପ୍ରଦୀପ୍ତଙ୍କ ଫୁସଫୁସ ପ୍ରଭାବିତ ହୋଇଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆଣିବା ଲାଗି ଡାକ୍ତରମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।

ପ୍ରଦୀପ୍ତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି । ଏଥିପାଇଁ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ବି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଦୀପ୍ତଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିପାଇଁ ପାଇଁ ଯାହା ଆବଶ୍ୟକ ପଡିବ ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ପ୍ରଦୀପ୍ତଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏପ୍ରିଲ 19 ରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ପ୍ରଦୀପ୍ତ ନାୟକ । ସଙ୍ଗେ ସଙ୍ଗେ ତାଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ଏପ୍ରିଲ 26 ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ମେ 5 ତାରିଖରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ।

ତେବ ମେ' 7 ତାରିଖରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟଵସ୍ଥା ସ୍ଥିର ରହିଥିବା ନେଇ ସୂଚନା ମିଳିଥିଲା । 4 ଜଣିଆ ଡାକ୍ତର ଦଳ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମତ ଦେଇଥିଲେ ଡାକ୍ତରୀ ଦଳ ।

କୋଭିଡ ଯୋଗୁଁ ତାଙ୍କ ଫୁସଫୁସ ପ୍ରଭାବିତ ହୋଇଥିବା ସୂଚନା ମିଳିଥିଲା । ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନେଇ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ ଗଠନ କରି ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରଦୀପ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 11, 2021, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.