ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆସନ୍ତା ୧୭ ତାରିଖ ସନ୍ଧ୍ୟା 5.30ରେ ବସିବ ବୈଠକ । ବିଧାନସଭାର ସମ୍ମିଳନୀ କକ୍ଷରେ ବସିବ ଏହି ସର୍ବ ଦଳୀୟ ବୈଠକ । ଆଲୋଚନାରେ ରାଜ୍ୟର ସମସ୍ତ ବିଧାୟକ ଅଂଶଗ୍ରହଣ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବେ ସମସ୍ତ ବିଧାୟକ ।
କୋଭିଡ ମୁକାବିଲା ନେଇ ବୈଠକରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ ସ୍ଥିତି ଉଦବେଗଜନକ ସ୍ଥିତିରେ ପହଁଚିଛି । ଏପରି ସ୍ଥିତିରେ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପାଇଁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷ ଓ ଜିଲ୍ଲାସ୍ତରରେ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି ।
ଗୋଟିଏ ସ୍ଥାନରେ ଏକତ୍ରିକରଣ ଉପରେ କୋଭିଡ କଟକଣା ଲାଗିଛି ତେଣୁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ଓ ଜିଲ୍ଲା ମୁଖ୍ୟାଳୟରେ ବ୍ୟବସ୍ଥା କରାଯାଇଛି । ସମସ୍ତ ବିଧାୟକ ମାନେ ବୈଠକରେ ନିଜ ଅଞ୍ଚଳର କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ