ETV Bharat / city

Brajarajanagar Bypoll: ୨୭୯ ବୁଥ୍‌ରେ ମତଦାନ, ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ବାଛିବେ ବିଧାୟକ

ବ୍ରଜରାଜନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ । ୨୭୯ ବୁଥରେ ମତଦାନ କରିବେ ୨ ଲକ୍ଷ ୧୪ ହଜାର ୮୭୮ଜଣ ଭୋଟର । ଅଧିକ ପଢନ୍ତୁ

author img

By

Published : May 29, 2022, 2:43 PM IST

Brajarajanagar Bypoll: ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ
Brajarajanagar Bypoll: ୨୭୯ ବୁଥରେ ମତଦାନ, ୨ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର ବାଛିବେ ବିଧାୟକ

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ବୁଥ ମୁହାଁ ହୋଇଛନ୍ତି ପୋଲିଂ ଅଫିସର । ଉପ-ନିର୍ବାଚନରେ ୧୨୨୮ ପୋଲିଂ ଅଫିସର ନିୟୋଜିତ ହେବେ । ଆଇଶୃଙ୍ଖଳା ପାଇଁ ୧୦୦୦ ପୋଲିସ ଅଧିକାରୀ ମୁତୟନ କରାଯିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ହେବେ । ବ୍ରଜରାଜନଗରରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ୨୭୯ ବୁଥରେ ମତଦାନ ହେବ ।

ସେଥିମଧ୍ୟରୁ ୨୨ଟି ନୂଆ ବୁଥ ହୋଇଛି । ୬୦ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଏହି ବୁଥ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ । ୫୦ ପ୍ରତିଶତ ବୁଥର ଓ୍ବେବକାଷ୍ଟିଂ କରାଯିବ । ଝାରସୁଗୁଡା ଇଂଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ । ୩୦ଟି ମଡେଲ ପୋଲିଂ ବୁଥ କରାଯାଇଛି । ଏହାସହ ୫ଟି ପିଙ୍କ୍‌ ବୁଥ ହୋଇଛି । ଯେଉଁଠି କେବଳ ମହିଳା ପୋଲିଂ କର୍ମଚାରୀ ନିୟୋଜିତ ହେବେ । ୩୧୨ ଜଣ ବୟସ୍କ (୮୦ ବର୍ଷରୁ ଅଧିକ) ଓ ଦିବ୍ୟାଙ୍ଗ ଭୋଟର ବାଲଟ ପେପରରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କ ଭୋଟ ସଂଗ୍ରହ ହୋଇ ସାରିଛି । କୋଭିଡ ନ ଥିଲେ ବି ନିୟମ ମାନିବାକୁ କୁହାଯାଇଛି ।

ବୁଥରେ ସାନିଟାଇଜର, ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଆଜି ସଂନ୍ଧ୍ୟା ୬ ଟାରେ କ୍ୟାମ୍ପେନ ସରିବ । ୬ଟା ପୂର୍ବରୁ ବାହାର ଲୋକଙ୍କୁ ନିର୍ବାଚନ ମଣ୍ଡଳୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁ ହୋଟେଲ, ଲଜ ଚେକିଂ କରାଯିବ । ଧରା ପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମତଦାନର ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ରହିବ । ୧୨ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର । ଭୋଟରଙ୍କ ଲାଗି ୧୯୫୦ ଟୋଲ ଫ୍ରି ନମ୍ବର ରହିଛି । ସବୁ ବୁଥରେ ଭୋଟର ସହାୟତା କେନ୍ଦ୍ର ଖୋଲାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଘରୁ ଆଣିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନ ଫାଙ୍କା ପଡିଛି । ଗତବର୍ଷ ଡିସେମ୍ବରରେ ହୃଦଘାତରେ କିଶୋରଙ୍କ ଦେହାନ୍ତ ହୋଇଥିଲା । ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ୍‌ ପଡିବ । ଜୁନ ୩ ତାରିଖରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.