ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଥମୁନି ଅନ୍ତର୍ଦ୍ବନ୍ଦ । ଜଣକ ପରେ ଜଣେ ହେଭିୱେଟ ନେତା ହାତ ଛାଡିବାରେ ଲାଗିଛନ୍ତି । ଯାହା ସ୍ପଷ୍ଟ କରୁଛି କଂଗ୍ରେସରେ କିଛି ଠିକ୍ ନାହିଁ । ତେବେ ବୋଧହୁଏ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ କଂଗ୍ରେସର ଡ୍ୟାମେଜ କଣ୍ଟ୍ରୋଲ ପାଇଁ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ । ଆଜି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡିଶା ଆସି ପହଞ୍ଚିଛନ୍ତି ।
ଚେଲ୍ଲା କୁମାର 4 ଦିନିଆ ଓଡିଶା ଗସ୍ତ ଅବସରରେ 4 ଜିଲ୍ଲା ବୁଲିବେ । ନବରଙ୍ଗପୁର, କଟକ, ଢେଙ୍କାନାଳ, ଅନୁଗୁଳ ଜିଲ୍ଲା ଗସ୍ତ କରିବେ ଚେଲ୍ଲା । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଘରକୁ ଯିବେ ପରେ ଦଳୀୟ ସଙ୍ଗଠନ ସୁଦୃଢ କରିବା ନେଇ ଆଲୋଚନା କରିବେ ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ମମିତା ମେହେରଙ୍କ ଝରଣୀ ସ୍ଥିତ ଘରକୁ ଯାଇ ମମିତା ପରିବାର ସହ ଆଲୋଚନା କରିବେ । ଚେଲ୍ଲା କୁମାର ସହ ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା ମଧ୍ୟ ମମିତାଙ୍କ ଘେରକୁ ଯିବେ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ