ଭୁବନେଶ୍ବର: ଓଡ଼ିଆ ଶିକ୍ଷା ଦିନକୁ ଦିନ କମିବାରେ ଲାଗୁଛି । ଓଡ଼ିଆ ଶିକ୍ଷାର ମାନକୁ ବୃଦ୍ଧି କରିବାକୁ ହେଲେ ପ୍ରଥମେ ଶିକ୍ଷାର୍ଥୀ ଓ ପ୍ରଶାସନକୁ ପ୍ରାଥମିକ ଭାବରେ ଦୃଢ ହେବା ଆବଶ୍ୟକ । ଏହା ସହ ଓଡ଼ିଆ ଭାଷାର ମାଧ୍ୟମିକ ଶିକ୍ଷା ପ୍ରଣାଳୀରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ ରହିଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ‘ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି’ ଶୀର୍ଷକ ଏକ କର୍ମଶାଳାରେ ଶିକ୍ଷାବିତମାନେ ଏହି ମତ ଦେଇଛନ୍ତି ।
ଭାରତରେ ଓଡିଶାର ଶିକ୍ଷାର ମାନ ବର୍ତ୍ତମାନ ସପ୍ତମ ସ୍ଥାନରେ ରହିଛି । ଶୀର୍ଷରେ କେରଳ ରହିଥିବା ବେଳେ ଦ୍ଵିତୀୟରେ ତାମିଲନାଡୁ ଓ ତୃତୀୟରେ ହରିଆଣା ରହିଛି । କିନ୍ତୁ ବିଗତ ଦିନରେ ରାଜ୍ୟର ଶିକ୍ଷାର ମାନ 13 ନମ୍ବରରେ ରହିଥିବା ବେଳେ କିଛି ବର୍ଷ ଭିତରେ ଏହା 7ସ୍ଥାନକୁ ଆସିପାରିଛି । ତେଣେ ଓଡିଶା ସରକାର ଏହାକୁ ଭାରତର ଶୀର୍ଷ ତିନୋଟି ସ୍ଥାନରେ ପହଞ୍ଚାଇବାକୁ ପ୍ରୟାସ କରାଯାଉଛି ।
ଓଡ଼ିଶାରେ ରାଜ୍ୟ ସରକାର ଓଡ଼ିଆ ଶିକ୍ଷାର ଭିତ୍ତିଭୂମି ସ୍ଥାପନ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ହେଲେ ଜୀବିକା ନିର୍ବାହ ପାଇଁ ଇଂରାଜୀ ମାଧ୍ୟମିକ ସ୍କୁଲ ଏହାକୁ ଏକ ବ୍ୟବସାୟ କରି ରଖୁଛନ୍ତି । କାରଣ ସେଠାରେ ଶିକ୍ଷାର ଉପଯୁକ୍ତ ଗୁଣାତ୍ମକ ମାନ ନାହିଁ ବୋଲି ଶିକ୍ଷାବିତ ୟୁଏନ ଦାସ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଫେସର ୟୁଏନ ଦାସ, ପ୍ରଫେସର ଜିସି ନନ୍ଦ, ପ୍ରଫେସର ପ୍ରଫୁଲ ଚନ୍ଦ୍ର ଅଗ୍ରୱାଲ, ପିକେ ସିହ୍ନା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାବିତମାନେ ଯୋଗଦେଇଥିଲେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ