ETV Bharat / city

ବସ୍ତି ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ, ଆଶାର କିରଣ ସାଜିଛି ଅଭିକ୍ଷା ଟ୍ରଷ୍ଟ - Indian Independence Day

ରାଜଧାନୀ ଭୁବନେଶ୍ବରେ ଏକ ଗଛ ତଳେ ଚାଲିଛି କୁନିକୁନି ପିଲାଙ୍କର ପାଠପଢା । ପିଲାଙ୍କୁ ପାଠ ପଢ଼ିବା ସହ କିଭଳି ସ୍କୁଲ ଯିବେ, ଏନେଇ ଏକ ପ୍ରୟାସ କରିଛି ଟ୍ରଷ୍ଟ । ପିଲାଙ୍କୁ ପାଠ ପଢାଉଛନ୍ତି ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ମାନସୀ ଶତପଥୀ । ଅଧିକ ପଢନ୍ତୁ

ଆଶାର କିରଣ ସାଜିଛି ଅଭିକ୍ଷା ଟ୍ରଷ୍ଟ
ଆଶାର କିରଣ ସାଜିଛି ଅଭିକ୍ଷା ଟ୍ରଷ୍ଟ
author img

By

Published : Aug 13, 2022, 11:47 AM IST

ଭୁବନେଶ୍ବର: ଖୋଲା ଆକାଶ ତଳେ ଚାଲିଛି ବସ୍ତିପିଲାଙ୍କ ପାଠପଢା । ଆଉ ଏହି ବସ୍ତିପିଲା କିଭଳି ପାଠ ପଢି ସ୍କୁଲ ଯିବେ, ଆଉ ସୁନେଲି ଭବିଷ୍ୟତ ଗଢିବେ ସେନେଇ ଏକ ପ୍ରୟାସ କରିଛି ଅଭିକ୍ଷା ଟ୍ରଷ୍ଟ । ବସ୍ତିପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ପ୍ରୟାସ । ପିଲାଙ୍କ ପାଇଁ ଆଶାର କିରଣ ସାଜିଛି ଅଭିକ୍ଷା ଟ୍ରଷ୍ଟ । ରାଜଧାନୀ ଭୁବନେଶ୍ବରେ ଏକ ଗଛ ତଳେ ଚାଲିଛି କୁନିକୁନି ପିଲାଙ୍କର ପାଠ ପଢା । ପିଲାଙ୍କୁ ପାଠ ପଢ଼ିବା ସହ କିଭଳି ସ୍କୁଲ ଯିବେ, ଏନେଇ ଏକ ପ୍ରୟାସ କରିଛି ଟ୍ରଷ୍ଟ । ପିଲାଙ୍କୁ ପାଠ ପଢାଉଛନ୍ତି ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ମାନସୀ ଶତପଥୀ ।

ବସ୍ତି ପିଲାଙ୍କୁ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ

ସାଧାରଣ ଭାବେ ଦେଖାଯାଏ, ବସ୍ତି ପିଲାମାନେ ସ୍କୁଲ ନଯାଇ ଅବାଟରେ ଚାଲିଯାଆନ୍ତି । ମାତ୍ର ଏଠାରେ ଏହି ପିଲାମାନେ ପାଠ ପଢୁଛନ୍ତି । ଏ ଚିତ୍ର ଦେଖିବାକୁ ମିଳିଛି ରାଜଧାନୀର ହାଇଟେକ ଅଞ୍ଚଳରେ ଥିବା ନାଳବନ୍ଧ ବସ୍ତିରେ । ନାଳବନ୍ଧ ବସ୍ତିରେ ପଖାପାଖି 50 ରୁ 60 ଜଣ ପିଲା ରୁହନ୍ତି । ଶିକ୍ଷାର ଅଭାବ ଯୋଗୁଁ ଏହି ପିଲାମାନେ ନଦୀରୁ ମାଛ ମାରିବା, ବୁଲାବୁଲି କରିବା, ନିଶାଦ୍ରବ୍ୟ ସେବନ କରିବା ଭଳି କାମ କରିଥାନ୍ତି । ଦୁଇ ଓଳା ଖାଇବା ପାଇଁ ବିଭିନ୍ନ କାମ ମଧ୍ୟ କରିଥାନ୍ତି । ହେଲେ ଏବେ ପିଲାମାନେ ପାଠ ପଢୁଛନ୍ତି । ନିଜ ବ୍ୟବହାର ପ୍ରତି ଧ୍ୟାନ ଦେଉଛନ୍ତି ଏବଂ ଅନ୍ୟମାନଙ୍କୁ ସମ୍ମାନ ଦେଉଛନ୍ତି । ଏହି ପିଲାଙ୍କୁ ଓଡିଆ ଭାଷା କିମ୍ବା ଓଡିଶା ଉପରେ କିଛି ବି ଜ୍ଞାନ ନଥିଲା ମାତ୍ର ଏବେ ସବୁଥିରେ ପାରଙ୍ଗମ ହୋଇଛନ୍ତି ଏହି ବସ୍ତିପିଲା । ଅଭିକ୍ଷା ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ମାନସୀ ଶତପଥୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଦୀର୍ଘ 5 ବର୍ଷ ହେଲା ଏହି ବସ୍ତିରେ ପାଠ ପଢ଼ାଇ ଆସୁଛନ୍ତି ମାନସୀ ।

ବିଶେଷ କରି ଏହି ପିଲାମାନେ ସ୍କୁଲକୁ ଯାଆନ୍ତି ନାହିଁ । ପିଲାଙ୍କୁ ଉପଯୁକ୍ତ ଜ୍ଞାନ ଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅଭିନବ ପ୍ରୟାସ କରିଛି ଅଭିକ୍ଷା ଟ୍ରଷ୍ଟ । କେବଳ ପାଠ ପଢା ନୁହେଁ ପିଲାଙ୍କ ମଧ୍ୟରେ ଖେଳକୁଦ, ନାଚଗୀତ ସହ ସାଧାରଣ ଜ୍ଞାନ ଶିକ୍ଷା ଆଦି ଦିଆଯାଉଛି। ଏହି ପିଲାଙ୍କ ମଧ୍ୟରେ ଅନେକ ପୋଲିସ ହୋଇ ଲୋକଙ୍କୁ ସୁରକ୍ଷା ଦେବ ତ ଆଉ କିଏ ଦେଶ ପାଇଁ ଲଢିବ ଆଉ କିଏ ମଡେଲିଂ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ମାନସୀ କହିଛନ୍ତି ଯେ, ‘‘ବର୍ଷା ଖରା ଶୀତ ସବୁବେଳେ ରାସ୍ତା ଉପରେ ପିଲାମାନେ ପାଠ ପଢୁଛନ୍ତି । ହେଲେ ସେମାନଙ୍କ ପାଇଁ ଘରଟିଏ ନାହିଁ । ଯେମିତିକି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ହୋଇପାରୁନାହିଁ । ଟ୍ରଷ୍ଟ ଦ୍ଵାରା ସମ୍ଭବ ହେଉଛି ତାହା କରାଯାଉଛି । ହେଲେ ସରକାରଙ୍କ ପକ୍ଷରୁ ଯଦି ଘରଟିଏ କରାଯାଆନ୍ତା ତେବେ ପାଠପଢା ସହଜ ହୋଇପାରନ୍ତା ।’’

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.