ETV Bharat / city

ଅପରାହ୍ନ 2ଟା ପରେ ପୁରୀ ସହରରେ ଦୋକାନ ବଜାର ବନ୍ଦ - Chamber of Commerce decision

କୋଭିଡ ସଂକ୍ରମଣକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ହାଟ ବଜାରକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ...

ଅପରାହ୍ନ 2 ଟା ପରେ ପୁରୀ ସହରରେ ଦୋକାନ ବଜାର ବନ୍ଦ

author img

By

Published : Apr 29, 2021, 7:47 AM IST

ପୁରୀ: ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣଙ୍କ ସଂଖ୍ୟା ସବୁ ରେକର୍ଡ ଭାଙ୍ଗିଲାଣି । ଯାହାକୁ ଦେଖି ସରକାରଙ୍କ ଚିନ୍ତା ବଢିଯାଇଛି । ସ୍ଥିତି ଏମିତି ଅତ୍ୟନ୍ତ ଉଦବେଗଜନକ ଏବଂ ଅଣାୟତ୍ତ ହେବାକୁ ବସିଲାଣି । ଯାହାକୁ ଦେଖି ରାଜ୍ୟର ବିଭିନ୍ନ ସ୍ଥାନରେ ହାଟ ବଜାରକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ବ୍ୟବସାୟୀ ସଂଘ ।

ଅପରାହ୍ନ 2 ଟା ପରେ ପୁରୀ ସହରରେ ଦୋକାନ ବଜାର ବନ୍ଦ

ପୁରୀ ଜିଲ୍ଲାରେ ମଧ୍ୟ ଦ୍ରୃତ ଗତିରେ ବଢି ଚାଲିଛି କୋଭିଡ ସଂକ୍ରମଣ। ଏଣୁ ଏହି ସଂକ୍ରମଣକୁ ରୋକିବାକୁ ପୁରୀ ବ୍ୟବସାୟୀ ସଂଘର ନିଷ୍ପତ୍ତି ଅନୁଯାୟୀ, ଆଜିଠାରୁ(ଗୁରୁବାର) ପୁରୀ ସହରର ସମସ୍ତ ବ୍ୟବସାୟୀ ଅପରାହ୍ନ ୨ଟା ପରଠାରୁ ଦୋକାନ,ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବେ।

ଆଜିଠାରୁ ଆସନ୍ତା ମେ' ୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଏସପିଙ୍କୁ ଜଣାଇଛନ୍ତି ପୁରୀ ବ୍ୟବସାୟୀ ସଂଘ। କେବଳ ଏଲପିଜି, ମେଡ଼ିସିନ ଓ ପେଟ୍ରୋଲ ପମ୍ପ ତଥା ଅତ୍ୟାବଶ୍ୟକ ସେବାକୁ ଅପରାହ୍ନ ୨ଟା ପରେ ବି ଖୋଲା ରହିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.