ETV Bharat / city

ଚକା ଜାମ ଆନ୍ଦୋଳନ; ସମର୍ଥନ ଜଣାଇଲା କଂଗ୍ରେସ, ପ୍ରତିକ୍ରିୟା ରଖିଲା ବିଜେପି

କୃଷି ଆଇନ ବିରୋଧରେ ଶନିବାର ଦେଶର ବିଭିନ୍ନ କୃଷକ ସଂଘଠନ ପକ୍ଷରୁ ଚକା ଜାମ ଆନ୍ଦୋଳନ ଡାକରା । ରାଜ୍ୟରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇଲା କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Feb 5, 2021, 7:02 PM IST

Updated : Feb 5, 2021, 7:18 PM IST

ଆସନ୍ତାକାଲି ଚକା ଜାମ ଆନ୍ଦୋଳନ, ସମର୍ଥନ ଜଣାଇଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶନିବାର ଦେଶର ବିଭିନ୍ନ କୃଷକ ସଂଘଠନ ଚକା ଜାମ ଆନ୍ଦୋଳନର ଡାକରା ଦେଇଛି । ଏହି ଚକା ଜାମ ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ଓଡିଶାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ପ୍ରତିବାଦ କରାଯିବ ବୋଲି ଜଣାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆହୁରିମଧ୍ୟ, ଚାଷୀମାନେ ବହୁ ଦିନି ଧରି ଆନ୍ଦୋଳନରେ ବସି ରହିଲେଣି । କିଛି ଚାଷୀ ପ୍ରାଣ ହରାଇଲେଣି । କୃଷି କ୍ଷେତ୍ରକୁ କର୍ପୋରେଟ କମ୍ପାନୀମାନ ହାତରେ ଟେକିଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଅନ୍ୟପଟେ ଚକା ବନ୍ଦ ଆନ୍ଦୋଳନ ସମସ୍ୟାର ସମାଧାନ ନୁହେଁ । କିଛି ବି ହୋଇଯାଉ, କୃଷି ଆଇନ ଲାଗୁ ହେବ । କୌଣସି ପରିସ୍ଥିତିରେ ପରିବର୍ତ୍ତନ ହେବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଆଇନ କୃଷକମାନଙ୍କ ଆୟ ଦୁଇଗୁଣା କରିବ ବୋଲି ଦଳ ଯୁକ୍ତି ବାଢିଛି । କେବଳ ୧୦ ପ୍ରତିଶତ କୃଷକ ଆନ୍ଦୋଳନ କରୁଥିବା କହିଛି ବିଜେପି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Feb 5, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.