ETV Bharat / city

ପ୍ରଥମ ଦିନରେ କଟିଲା 15 ଶହ ଖିଲାପକାରୀଙ୍କ ଲାଇନ, ଆଦାୟ ହେଲା 5 କୋଟି - ଆଦାୟ ହେଲା 5 କୋଟି

ଗୁରୁବାରଠୁ ଲାଇନ କଟା ଅଭିଯାନ ଆରମ୍ଭ କରିଛି ସେସୁ । ପ୍ରଥମ ଦିନରେ 1545 ଖିଲାପକାରୀ ଗ୍ରାହକଙ୍କ ଲାଇନ କାଟିଛି ବିଭାଗ । ସେହିପରି ପ୍ରାୟ 5କୋଟି ଟଙ୍କାର ବକେୟା ବିଜୁଳି ବିଲ ଆଦାୟ କରିଛି ସେସୁ ।

sesu
ସେସୁର ଲାଇନ କଟା ଅଭିଯାନ ଆରମ୍ଭ
author img

By

Published : Jan 16, 2020, 10:44 PM IST

Updated : Jan 17, 2020, 12:37 AM IST

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟନୁଯାୟୀ ଗୁରୁବାର ସେସୁ ପକ୍ଷରୁ ବିଜୁଳି ସଂଯୋଗ କଟା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ 15 ଶହ ଖିଲାପକାରୀଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି। ଗୋଟିଏ ଦିନରେ ସନ୍ଧ୍ୟା ସୁଦ୍ଧା 5କୋଟି ଟଙ୍କାର ବକେୟା ବିଲ ଆଦାୟ କରିଛି ସେସୁ ।

ସେପଟେ ବିଦ୍ୟୁତ ବିଲ ପୈଠ କରିବା ପାଇଁ ସନ୍ଧ୍ୟା ଯାଏଁ ବିଦ୍ୟୁତ ବିଲ କାଉଣ୍ଟର ଖୋଲା ରହିବ ବୋଲି ସେସୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଗୁରୁବାର ବିଜୁଳି ସଂଯୋଗ କଟିଲା ବେଳେ କୌଣସି ଆଇନ ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି ହେଇନାହିଁ। ସମସ୍ତଙ୍କ ସାହାଯ୍ୟ ସହାୟତା ନେଇ ସେସୁ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ସେସୁ କର୍ତ୍ତୃପକ୍ଷ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସେସୁ ପକ୍ଷରୁ ଆରମ୍ଭ ହେଲା ଲାଇନ କଟା।

Body:ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁସାରେ ସେସୁ ଆଜି ପ୍ରଥମ ପର୍ଯ୍ୟାୟରେ ବକେୟା ବିଜୁଳି କର ଥିବା ହିତାଧିକାରୀଙ୍କ ଲାଇନ କାଟ ଅଭିଯାନ ଆରମ୍ଭ କରିଛି।ବହୁ ବାଦ ବିବାଦ ପରେ ସେସୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜିଲ୍ଲାରେ ଜାନୁଆରୀ ୧୬ରୁ ଆରମ୍ଭ ହେଲା ବିଜୁଳି କାଟ।ତେବେ ଆଜି ଭୁବନେଶ୍ୱର ସେସୁ ସେକ୍ସନରେ ଥିବା ୬ ଟି ଉପଖଣ୍ଡରେ ଏସଡିଓଙ୍କ ନେତୃତ୍ୱରେ ବିଭିନ୍ନ ସ୍କ୍ୱାର୍ଡ ନେଇ ଲାଇନ କଟାଯାଇଛି।କିଛି ସ୍ଥାନରୁ ମଧ୍ୟ ବିଜୁଳି କର ଆଦାୟ କରାଯାଇଛି ବୋଲି ଉପଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ଅସୁବିଧା ବଶତଃ ୩ ରୁ ୪ ମାସ ହେବ ବିଜୁଳି କର ପୈଠ କରିପାରିନି।ଆଜି ସେସୁ ପକ୍ଷରୁ ମୋ ଦୋକାନ ରେ ବିଜୁଳି କାଟୁଥିଲେ।ଅଧିକାରୀଙ୍କୁ ଅନୁରୋଧ କରି 10 ହଜାର ଟଙ୍କା ଚେକ ମାଧ୍ୟମରେ ପୈଠ କଲି ଆଗାମୀ ଦୁଇ ମାସ ଭିତରେ ଆଉ ଅବଶିଷ୍ଟ ଟଙ୍କା ଦେଇଦେବି ବୋଲି ଗ୍ୟାରେଜ ଛକ ସ୍ଥିତ ଦୋକାନୀ ଦେବେନ୍ଦ୍ର କରଣ କହିଛନ୍ତି।

ସେପଟେ ଭୁବନେଶ୍ୱର ଟେମ୍ପଲ ଉପଖଣ୍ଡ ରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଂଜିନିୟର ରାଜେନ୍ଦ୍ର ମହାନ୍ତି ନଳ ସୂଚନା ଅନୁସାରେ ଆଜି ସକାଳ ୯ ,ଟା ରୁ ସ୍ୱତନ୍ତ୍ର ବିଜୁଳି କଟା ଅଭିଯାନ ଆରମ୍ଭ ହୋଇଛି।ଗ୍ୟାରେଜ ଛକରୁ ଆରମ୍ଭ ହୋଇ ଗଙ୍ଗୁଆ ପର୍ଯ୍ୟନ୍ତ ଚାଲିବ।୧୦ କିଲୋୱାଟ ରୁ ୨୦କିଲୋ ୱାଟ ମଧ୍ୟରେ ଥିବା ବ୍ୟବସାୟିକ ହିତାଧିକାରୀ ମୋଟ ୨୫୬ ଜଣ ରହିଛନ୍ତି ଯେଉଁମାନେ ବିଜୁଳି କର ଦେଇନାହାନ୍ତି।୮୪ ଜଣ ଖୁଦ୍ର ଶିଳ୍ପ ପ୍ରତିଷ୍ଠାନ ରହିଛି ଯେଉଁମାନେ କର ଦେଇନାହାନ୍ତି।ତେଣୁ ସକାଳୁ ଜଣେ ହିତାଧିକାରୀ ର ଲାଇନ କଟାଯାଇଥିବା ବେଳେ ଅନ୍ୟମାନେ ଆଂଶିକ ବିଜୁଳି କର ପୈଠ କରୁଛନ୍ତି।ଆଜି ପ୍ରାୟ ୭୦,୮୦ ହଜାର ଟଙ୍କା ବିଜୁଳି କର ଆଦାୟ ସରିଲାଣି।

ତେବେ ସେସୁ ପକ୍ଷରୁ ଦୀର୍ଘଦିନ ହେବ ନୋଟିସ ଜାରି କରାଯାଇଥିଲା କି ବକେୟା ବିଜୁଳି କର ଦେଇନଥିବା ହିତାଧିକାରୀ ଙ୍କ ଲାଇନ କଟାଯିବ।ଅଜି ଆରମ୍ଭ ହୋଇଛି।

Conclusion:
Last Updated : Jan 17, 2020, 12:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.