ETV Bharat / city

10 ଦିନ ସ୍ଥଗିତ ରହିଲା ବିଜୁଳି ବିଲ ଆଦାୟ - 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ

ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌ ।  21 ହଜାର 339 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବାବେଳେ 9289 ଜଣଙ୍କ ବିଜୁଳି ପୁନଃସଂଯୋଗ ହୋଇଛି । ଏବେ ସୁଦ୍ଧା ମୋଟ 72.66 କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ତେବେ ଏହି ବିଦ୍ୟୁଟ କାଟ ଅଭିଯାନକୁ 10 ଦିନ ପାଇଁ ବିରତି ଦିଆଯାଇଛି ବୋଲି ସୂଚନା ଦେଲେ ସିଇଓ ଅରୁଣ ବୋଥ୍ରା । ଅଧିକ ପଢନ୍ତୁ....

aa
ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌, 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ
author img

By

Published : Feb 6, 2020, 7:57 PM IST

ଭୁବନେଶ୍ବର: ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌ । 21 ହଜାର 339 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବାବେଳେ 9289 ଜଣଙ୍କ ବିଜୁଳି ପୁନଃ ସଂଯୋଗ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏବେ ସୁଦ୍ଧା ମୋଟ 72 କୋଟି 66 ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ତେବେ ଏହି ବିଦ୍ୟୁଟ କାଟ ଅଭିଯାନକୁ 10 ଦିନ ପାଇଁ ବିରତି ଦିଆଯାଇଛି । ପୁଣି ଫେବୃଆରୀ 16 ତାରିଖରୁ ବିଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହେବ।

ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌, 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ

ପ୍ରଥମ ପର୍ଯ୍ୟାୟରେ 7 ଲକ୍ଷ 12 ହଜାର ଲୋକଙ୍କୁ ବିଦ୍ୟୁତ କାଟ ନେଇ ନୋଟିସ ଦିଆଯାଇଥିବାବେଳେ 1 ଲକ୍ଷ 62 ହଜାର ଲୋକଙ୍କ ନିକଟରେ ସେସୁ ପହଞ୍ଚିଛି । ଏହି ସଫଳ କାର୍ଯ୍ୟ ପାଇଁ ସିଇଓ ବିଦ୍ୟୁତ ଉପଭୋକ୍ତା, ଗଣମାଧ୍ୟମ, ପୋଲିସ ପ୍ରଶାସନ ଓ ରାଜନେତାଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପାଖାପାଖି 60 ହଜାର କମରସିଆଲ ଉପଭୋକ୍ତା ଥିବାବେଳେ ସମସ୍ତଙ୍କ ନିକଟରେ ସେସୁ ପହଞ୍ଚିଛି ବୋଲି କହିଛନ୍ତି ସିଇଓ ଅରୁଣ ବୋଥ୍ରା ।

ଆଜିଠୁ ଫେବୃଆରୀ 15 ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ କାଟ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଏହି 10ଦିନ ଭିତରେ ତୃଟିପୂର୍ଣ୍ଣ ବିଲ୍‌ ପାଇଁ ଯେଉଁ 35 ହଜାର 277 ଉପଭୋକ୍ତା ଅଭିଯୋଗ କରିଛନ୍ତି, ସେମାନଙ୍କ ଅସୁବିଧାର ସମାଧାନ କରାଯିବ । ଏହାସହ ଯେଉଁ ଉପଭୋକ୍ତମାନେ ବିଦ୍ୟୁତ ବିଲ ଦିଆଯିବା ସତ୍ତ୍ବେ ବିଲ୍‌ ପୈଠ କରିନାହାନ୍ତି, ମିଟର ଭାଙ୍ଗି ଦେଇଛନ୍ତି, ବିଦ୍ୟୁତ ଚୋରି କରିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ସେସବୁ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

ବିଦ୍ୟୁତ ସଂଯୋଗ କାଟ ଅଭିଯାନରେ ମୋଟ 72 କୋଟି 66 ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ଯେଉଁଥିରେ 7 କୋଟି 36 ଲକ୍ଷ ଲୋକ ଅନଲାଇନ ପେମେଣ୍ଟ କରିଛନ୍ତି । 1 ଲକ୍ଷ 694 ଲୋକ ଇନଷ୍ଟଲମେଣ୍ଟରେ ପେମେଣ୍ଟ କରିଛନ୍ତି । 25 ହଜାର 531 ଜଣ ଉପଭୋକ୍ତା ଫୁଲ ପେମେଣ୍ଟ କରିଛନ୍ତି । 80 ପ୍ରତିଶତ କଲେକସନ୍‌ କମରସିଆଲରୁ ହୋଇଥିବା ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ ।

ବିଜୁଳି ସଂଯୋଗ କାଟ ନେଇ ସେସୁର ସମ୍ବଦିକ ସମ୍ମିଳନୀ।
ଫେବୁୟାରୀ 6 ରୁ ଫେବୃଆରୀ 16 ପର୍ଯ୍ୟନ୍ତ ରହିବ ସ୍ଥଗିତ।
ସେସୁ ପକ୍ଷରୁ ଏକ ଡ୍ରାଇଭ ଚାଲିଥୁବା ବେଳେ 72 କୋଟି 66 ହଜାର ଟଙ୍କା ଆଦାୟ ହୋଇଛି। 21 ହଜାର 339 ଜଣଙ୍କର ବିଦ୍ୟୁତ ସଂଯୋଗ କଟାଯାଇଛି। 9289 ଜଣଙ୍କ ବିଦ୍ୟୁତ ପୁନଃ ସଂଯୋଗ। କରାଯାଇଛି। ଫେବୁୟାରୀ 16 ଭିତରେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ ବିଜୁଳି ର ପଇସା ଭରିବା ସହ ଅନଲାଇନ ବା ଇନଷ୍ଟ ଲମେଣ୍ଟ ମଧ୍ୟରେ ଦେବାକୁ ଅନୁରୋଧ କରାଜିଛି।

Body:

ଏପର୍ଯ୍ୟନ୍ତ ଅନଲାଇନରେ 7 କୋଟି 36 ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଇନଷ୍ଟ ଲମେଣ୍ଟ ମଧ୍ୟମେରେ 1 ଲକ୍ଷ 694 ଆଦାୟ ହୋଇଛି। ଏହା ବ୍ୟତୀତ ସମ୍ପୂର୍ଣ୍ଣ ଦେୟ ଦେଇଥିବା 25 ହଜାର 539 ଜଣ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.