ETV Bharat / city

ବିଜୁଳି ଚୋରଙ୍କୁ ଧରିବ ସେସୁ, ସୂଚନା ଦେଲେ ମିଳିବ ପୁରସ୍କାର - ବିଜୁଳି ଚୋର

ବିଦ୍ୟୁତ ଚୋରି ରୋକିବାକୁ ସେସୁର ଅଭିନବ ପଦକ୍ଷେପ । ବିଦ୍ୟୁତ ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର। ଖବରଦାତାଙ୍କୁ ଆଦାୟ ହୋଇଥିବା ଫାଇନ ଅର୍ଥର 10 ପ୍ରତିଶତ ମିଳିବ ।

ଡିଜାଇନ ଫଟୋ
author img

By

Published : Sep 5, 2019, 7:04 PM IST

ଭୁବନେଶ୍ବର: ବିଦ୍ୟୁତ ଚୋରି ରୋକିବାକୁ ସେସୁର ପଦକ୍ଷେପ । ବିଦ୍ୟୁତ ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର । ଖବରଦାତାଙ୍କୁ ଆଦାୟ ହୋଇଥିବା ଫାଇନ ଅର୍ଥର 10 ପ୍ରତିଶତ ମିଳିବ । 10 ପ୍ରତିଶତ ବିଜୁଳି ଚୋରି ପାଇଁ 90 ପ୍ରତିଶତ ଲୋକ ପ୍ରଭାବିତ ହେଉଛନ୍ତି। ଏହାସହ ସେସୁ ବି 30 ପ୍ରତିଶତ କ୍ଷତି ସହୁଛି । ତେଣୁ ଏହି ଚୋରି ରୋକିବା ପାଇଁ ଆସନ୍ତା 3 ମାସ ମଧ୍ୟରେ ବଡ ଧରଣର ଚଢାଉ ହେବ ବୋଲି ଜଣାପଡିଛି ।

ଏହାସହ ଆଗାମୀ ଦିନରେ ବିଲ ସଂଗ୍ରହ, ଇ ପେମେଣ୍ଟ ଭଳି କାର୍ଯ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ । ଗାଁରେ ସେସୁର ନେଟୱାର୍କ ବଢାଇବାକୁ ଉଦ୍ୟମ କରାଯାଉଛି । ବିଲ ସଂଗ୍ରହ ଓ ଚଢାଉ ପାଇଁ ଅଧିକାରୀଙ୍କୁ ଟାର୍ଗେଟ ମଧ୍ୟ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଉପଭୋକ୍ତା ସୋସିଆଲ ମିଡିଆରେ ଅଭିଯୋଗ କରିବାର ବ୍ୟବସ୍ଥା କରାଯାଉଛି । 1912 ଓ 06742391110ରେ ମଧ୍ୟ ଉପଭୋକ୍ତା ଅଭିଯୋଗ କରିପାରିବେ। ଏଥିସହ ବିଜୁଳି ଚୋରି ବାବଦରେ ଅବଗତ କରାଇବା ପାଇଁ 9437158670 ନମ୍ଵର ଜାରି କରାଯାଇଛି । ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି ଜଣାପଡିଛି । ଏନେଇ ଆକ୍ସନ ପ୍ଲାନର ସମୀକ୍ଷା କରିଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ବିଦ୍ୟୁତ ଚୋରି ରୋକିବାକୁ ସେସୁର ପଦକ୍ଷେପ,ବିଦ୍ୟୁତ ଚୋରି ସଂକ୍ରାନ୍ତରେ ଖବର ଦେଲେ ମିଳିବ ପୁରସ୍କାର, ଆଦାୟ ହୋଇଥିବା ଫାଇନ ଅର୍ଥର 10 ପ୍ରତିଶତ ମିଳିବ ,ବିଦ୍ୟୁତ ଚୋରି ଯୋଗୁ କ୍ଷତି ସହୁଛି ସେସୁ,10 ପ୍ରତିଶତ ବିଜୁଳି ଚୋରି ପାଇଁ 90 ପ୍ରତିଶତ ଲୋକ ପ୍ରଭାବିତ ହେଉଛନ୍ତି। ଏହାସହ ସେସୁ ବି 30 ପ୍ରତିଶତ କ୍ଷତି ସହୁଛି ।ତେଣୁ ଏହି ଚୋରି ରୋକିବା ପାଇଁ
ଆସନ୍ତା 3 ମାସ ମଧ୍ୟରେ ହେବ ବଡ ଧରଣର ଚଢ଼ାଉ ।

Body:ଆଗାମୀ ଦିନରେ ସ୍ୱୟଂ ସହାୟକ ମହିଳାଙ୍କୁ ଏଥିରେ ସାମିଲ କରାଯିବ, ବିଲ ସଂଗ୍ରହ,ଇ ପେମେଂଟ ଭଳି କର୍ଯ୍ୟରେ ନିୟୋଜିତ କରାଯିବ,ଗାଁ ରେ ସେସୁର ନେଟୱର୍କ ବଢାଇବାକୁ ଉଦ୍ୟମ କରାଯାଉଛି ।ବିଲ ସଂଗ୍ରହ ଓ ଚଢ଼ାଉ ପାଇଁ ଅଧିକାରୀଙ୍କୁ ଟାର୍ଗେଟ ମଧ୍ୟ ଦିଆଯାଇଛି ।ଏହା ସହ
Conclusion:ସୋସିଆଲ ମିଡିଆ ରେ ଅଭିଯୋଗ କରିପାରିବେ ଉପଭୋକ୍ତା ।ବିଜୁଳି ସମସ୍ୟା ସମାଧାନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ସମୀକ୍ଷା କରିଛନ୍ତି ସେସୁ ସି ଇ ଓ ଅରୁଣ ବୋଥ୍ରା ।ଏହା ସହ
9437158670 ନମ୍ଵର ବିଜୁଳି କୁ ଚୋରି ବାବଦରେ ଅବଗତ କରାଇପାରିବେ ,ସୂଚନା ଦେଇଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା ଏବଂ 1912 ଓ 06742391110 କୁ ଅଭିଯୋଗ କରିପାରିବେ ଉପଭୋକ୍ତା ସୂଚନା ଅନୁସାରେ କିଛି ଦିନ ତଳେ ସାଲେପୁର ଓ ପରଜଙ୍ଗରୁ ଲୋକଙ୍କ ଠାରୁ ଖବର ପାଇ ରେଡ଼ କରିଥିଲା ସେସୁ । ଫାଇନ ବି ଆଦାୟ ହୋଇଛି। ସୂଚନଦାତାଙ୍କୁ ଫାଇନ ଆଦୟର 10℅ ରାଶି ପୁରସ୍କାର ମିଳିବ। ପାର୍ବଣ ଋତୁରେ ଯେପରି ଭଲ ବିଦ୍ୟୁତ ସେବା ମିଳିବ, ତାକୁ ଗୁରୁତ୍ବ ଦିଆଯାଉଛି। ସେସୁ ଅଧିକାରୀଙ୍କୁ ବି ଲୋକଙ୍କ ଅଭିଯୋଗ ଶୁଣିବାକୁ କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.