ETV Bharat / city

ସ୍ମାର୍ଟସିଟିରେ ଆରମ୍ଭ ହେଲା ବିଦ୍ୟୁତ କାଟ ଅଭିଯାନ - ସେସୁର ବିଦ୍ୟୁତ କାଟ ଅଭିଯାନ

ସେସୁ ପକ୍ଷରୁ ଆରମ୍ଭ ହେଲା ବିଦ୍ୟୁତ କାଟ ଅଭିଯାନ । ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ବକେୟା ବିଲ ପୈଠ କରି ନଥିବା ହିତାଧିକାରୀଙ୍କ ଲାଇନ ସଂଯୋଗକୁ କାଟି ଦିଆଯାଇଛି । ଅଧିକ ପଢନ୍ତୁ...

#cesu
ସ୍ମାର୍ଟସିଟିରେ ଆରମ୍ଭ ହେଲା ବିଦ୍ୟୁତ କାଟ ଅଭିଯାନ
author img

By

Published : Jan 16, 2020, 12:33 PM IST

Updated : Jan 16, 2020, 9:08 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସେସୁ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେଲା ବିଦ୍ୟୁତ କାଟ ଅଭିଯାନ। ବିଦ୍ୟୁତ କାଟ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମାୟନୁଯାୟୀ ଆଜିଠୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ବକେୟା ବିଲ ପୈଠ କରି ନଥିବା ହିତାଧିକାରୀଙ୍କ ଲାଇନ ସଂଯୋଗକୁ କାଟି ଦିଆଯାଇଛି ।

ସ୍ମାର୍ଟସିଟିରେ ବିଦ୍ୟୁତ କାଟ ଅଭିଯାନ ଆରମ୍ଭ

ବହୁ ବାଦ ବିବାଦ ପରେ ସେସୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜିଲ୍ଲାରେ ଜାନୁଆରୀ ୧୬ରୁ ଆରମ୍ଭ ହେଲା ବିଜୁଳି କାଟ। ତେବେ ଆଜି ଭୁବନେଶ୍ବର ସେସୁ ସେକ୍ସନରେ ଥିବା ୬ ଟି ଉପଖଣ୍ଡରେ ଏସଡିଓଙ୍କ ନେତୃତ୍ବରେ ବିଭିନ୍ନ ସ୍କାର୍ଡ଼ ନେଇ ଲାଇନ କଟାଯାଇଛି। କିଛି ସ୍ଥାନରୁ ମଧ୍ୟ ବିଜୁଳି କର ଆଦାୟ କରାଯାଇଛି ବୋଲି ଉପଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

ସେପଟେ ଭୁବନେଶ୍ବର ଟେମ୍ପୁଲ ଉପଖଣ୍ଡରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇଂଜିନିୟର ରାଜେନ୍ଦ୍ର ମହାନ୍ତିଙ୍କ ସୂଚନା ଅନୁସାରେ ଆଜି ସକାଳ ୯ ଟାରୁ ସ୍ବତନ୍ତ୍ର ବିଜୁଳି କଟା ଅଭିଯାନ ଆରମ୍ଭ ହୋଇଛି। ଗ୍ୟାରେଜ ଛକରୁ ଆରମ୍ଭ ହୋଇ ଗଙ୍ଗୁଆ ପର୍ଯ୍ୟନ୍ତ ଚାଲିବ। ୧୦ କିଲୋୱାଟ ରୁ ୨୦ କିଲୋୱାଟ ମଧ୍ୟରେ ଥିବା ବ୍ୟବସାୟିକ ହିତାଧିକାରୀ ମୋଟ ୨୫୬ ଜଣ ରହିଛନ୍ତି । ୮୪ ଜଣ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ ରହିଛି ଯେଉଁମାନେ କର ଦେଇନାହାନ୍ତି। ତେଣୁ ସକାଳୁ ଜଣେ ହିତାଧିକାରୀର ଲାଇନ କଟାଯାଇଥିବା ବେଳେ ଅନ୍ୟମାନେ ଆଂଶିକ ବିଜୁଳି କର ପୈଠ କରୁଛନ୍ତି।

ଆଜି ପ୍ରାୟ ୭୦ ରୁ ୮୦ ହଜାର ଟଙ୍କା ବିଜୁଳି କର ଆଦାୟ ସରିଲାଣି। ତେବେ ସେସୁ ପକ୍ଷରୁ ଦୀର୍ଘଦିନ ହେବ ନୋଟିସ ଜାରି କରାଯାଇଥିଲା । କିନ୍ତୁ ବକେୟା ବିଜୁଳି କର ଦେଇନଥିବା ହିତାଧିକାରୀଙ୍କ ଲାଇନ କଟାଯିବ। ଆଜି ଏହି ଲାଇନ କଟା ଅଭିଯାନ ଆରମ୍ଭ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସେସୁ ପକ୍ଷରୁ ଆରମ୍ଭ ହେଲା ଲାଇନ କଟା ଅଭିଯାନ।

Body:ଭୁବନେଶ୍ୱର ରେ ସେସୁ ପକ୍ଷରୁ ଆରମ୍ଭ ହେଲା ବିଜୁଳି କାଟ ଅଭିଯାନ।ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଥିବା ବେଳେ ପୂର୍ବ ନିର୍ଦ୍ଧାରିତ ସମାୟନୁଯାୟୀ ଆଜି ଜାନୁଆରୀ ୧୬ ତାରିଖରୁ ଭୁବନେଶ୍ୱର ର ବିଭିନ୍ନ ଅଂଚଳରେ ସେସୁ ପକ୍ଷରୁ ବକେୟା ବିଲ ପୈଠ କରିନଥିବା ହିତାଧିକାରୀଙ୍କ ଲାଇନ ସଂଯୋଗ କୁ କାଟି ଦିଆଯାଇଛି।ଏନେଇ ଏକ ସ୍ପେସିଆଲ ଡ୍ରାଇଭ ଆରମ୍ଭ ହୋଇଛି।ବିଭିନ୍ନ ଡିଭିଜନ ର ଏସଡିଓ ମାନଙ୍କ ନେତୃତ୍ୱରେ ଏକ ଟିମ ବକେୟା ବିଜୁଳି କର ଆଦାୟ କରୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଲାଇନ କଟା ହେଉଛି।

Conclusion:
Last Updated : Jan 16, 2020, 9:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.