ETV Bharat / city

Brajarajnagar Bypoll: ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

author img

By

Published : May 29, 2022, 7:57 AM IST

ଆସନ୍ତା 31ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବା ସହ ଏହାର ଫଳାଫଳ 3ରେ ପ୍ରକାଶ ପାଇବ । ନିର୍ବାଚନର ଚୂଡ଼ାନ୍ତ ପ୍ରସ୍ତୁତ ସଂପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ।

ବ୍ରଜରାଜନଗରେ ଉପନିର୍ବାଚନ ପାଇଁ ସମୀକ୍ଷା
brajarajnagar-bypoll

ଭୁବନେଶ୍ବର: ଆସନ୍ତା 31ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନର ଚୂଡାନ୍ତ ପ୍ରସ୍ତୁତ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସମୀକ୍ଷା କରିବା ସହ ଭିସି ଜରିଆରେ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ।

ଉପନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ ସ୍ଥାପନ ବାବଦରେ ଲୋକଙ୍କୁ ସଚେତନ କରିବା ଲାଗି ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଭୋଟ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ, ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଟେଣ୍ଟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କର୍ମଚାରୀଙ୍କୁ ସୁରକ୍ଷିତ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ ସମ୍ବନ୍ଧରେ ସମୀକ୍ଷା କରାଯାଇଛି ।

ଦିବ୍ୟାଙ୍ଗ ଭୋଟ ମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା, ମଡେଲ ଓ ପିଙ୍କ ବୁଥ ସ୍ଥାପନ, ଭୋଟ ଗ୍ରହଣ ପୂର୍ବରୁ ଜିଲ୍ଲାରେ ସମସ୍ତ ମଦ ଦୋକାନ ସିଲ ବାବଦରେ ସମୀକ୍ଷାରେ ଆଲୋଚନା କରାଯାଇଥିଲା । ବୈଠକରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ରିଟର୍ଣ୍ଣିଂ ଅଧିକାରୀ ଦୟମୟ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ, ଏସପି, ସିଡ଼ିଏମଓ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.