ETV Bharat / city

ବୁଲବୁଲରେ ଓଡିଶାର ବ୍ୟାପକ ଫସଲ ହାନି: କେନ୍ଦ୍ରୀୟ ଟିମ - ଭୁବନେଶ୍ବର ଖବର

ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି । କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ସହ ଭିତ୍ତିଭୂମି ଓ ବିଦ୍ୟୁତ ସହ ରାସ୍ତାର ବି କ୍ଷୟକ୍ଷତି ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 15, 2019, 8:06 PM IST

ଭୁବନେଶ୍ବର: ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ ଆଲୋଚନା କରିଛନ୍ତି । ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ରୀୟ ଟିମ ମୁଖ୍ୟ ଶହେଲି ଘୋଷ ରଏ କହିଛନ୍ତି ଯେ, କୃଷିକ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ସହ ଭିତ୍ତିଭୂମି ଓ ବିଦ୍ୟୁତ ସହ ରାସ୍ତାର ବି କ୍ଷୟକ୍ଷତି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବୁ । ରାଜ୍ୟ ସରକାରଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଦୁଇଦିନ ଗସ୍ତ କରି ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ପରେ କେନ୍ଦ୍ରୀୟ ଟିମ ଏହି ପ୍ରତିକ୍ରିୟା ଦେଇଛନ୍ତି । ଭଦ୍ରକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଟିମ କହିଛି । ଭଦ୍ରକର ବାସୁଦେବପୁର, ବାଲେଶ୍ବର ଓ କେନ୍ଦ୍ରାପଡା ଏହାସହ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବା ପରେ ଧାନ ଫସଲ ବିଶେଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।

ପାଖାପାଖି ୨ଲକ୍ଷ ହେକ୍ଟରର ୩୫ ପ୍ରତିଶତ କ୍ଷତି ହୋଇଛି । ଏହାସହ ବିଦ୍ୟୁତ, ଘରର କ୍ଷତି ସମ୍ବନ୍ଧୀୟ ଏହାର ବିସ୍ତୃତ ରିପୋର୍ଟ ଆସିବା ପରେ ପଞ୍ଚାୟତ ଅଫିସରେ ତାଲିକା ଲଗାଯିବ। କେବଳ ଏତିକି କ୍ଷୟକ୍ଷତି ସମ୍ପର୍କିତ ସମସ୍ତ ତଥ୍ୟ ଜିଲ୍ଲାର ଓ୍ଵେବସାଇଟରେ ପ୍ରଦର୍ଶିତ କରାଯିବ । କୃଷି ଓ ଅର୍ଥ ବିଭାଗ ପକ୍ଷରୁ ଜଏଣ୍ଟ ଇନକ୍ବାରୀ କରାଯିବ । ରିପୋର୍ଟ ଆସିବା ପରେ ମେମୋରେଣ୍ଡମ ଦିଆଯିବ ବୋଲି ସୂଚନା ରହିଛି।

ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି କେନ୍ଦ୍ରୀୟ ଟିମ । ରିପୋର୍ଟ ଆସିବା ପରେ କେନ୍ଦ୍ରୀୟ ଟିମ ଚାହିଁଲେ ଆଉଥରେ ଆସି ତଦନ୍ତ କରିପାରିବେ ବୋଲି ସୂଚନା ରହିଛି। ଆସନ୍ତା ସପ୍ତାହରେ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହି ସମୀକ୍ଷା ବୈଠକରେ ଏସଆରସି ପ୍ରଦୀପ ଜେନା, କୃଷି ସଚିବ ସୌରଭ ଗର୍ଗ, ଶକ୍ତି ସଚିବ ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଅଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ରୀୟ ଟିମ ର ଆଲୋଚନା । ବୁଲବୁଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟ ଆକଳନ କରିବା ପରେ କେନ୍ଦ୍ରୀୟ ଟିମ ମୁଖ୍ୟ ଶହେଲି ଘୋଷ ରୟ କହିଛନ୍ତି ଯେ,କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଏହା ସହ ଭିତ୍ତିଭୂମି ଓ ବିଦ୍ୟୁତ ,ରାସ୍ତା କ୍ଷୟକ୍ଷତି ହୋଇଛି । ଏନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବୁ ,ରାଜ୍ୟ ସରକାରଙ୍କ ମେମୋ ରେଣ୍ଡମ ରିପୋର୍ଟ କୁ ଅପେକ୍ଷା କରିଛୁ ।ଦୁଇଦିନ ଗସ୍ତ ପରେ କେନ୍ଦ୍ରୀୟ ଟିମ ର ପ୍ରତିକ୍ରିୟା । ଭଦ୍ରକ ଜିଲ୍ଲାରେ ବ୍ୟାପକ Body:କ୍ଷୟକ୍ଷତି ହୋଇଛି ।।
ଭଦ୍ରକ ର ବାସୁଦେବ ପୁର ବାଲେଶ୍ବର ଓ କେନ୍ଦ୍ରାପଡା ଜିଲ୍ଲା ,ଜଗତସିଂହପୁର ୪ଟି ଜିଲ୍ଲା ପରିଦର୍ଶନ କରିବାପରେ
ଧାନ ଫସଲ କ୍ଷୟକ୍ଷତି ହୋଇଛି ,ପାଖାପାଖି ୨ଲକ୍ଷ ହେକ୍ଟର ର ୩୫ ପ୍ରତିଶତ ହୋଇଛି ।ଏହା ସହ ବିଦ୍ୟୁତ ,ଘର, ଏବେ ଏହାର ବିସ୍ତୃତ ରିପୋର୍ଟ ଆସିବା ପରେ ପଞ୍ଚାୟତ ରେ ଅଫିସର ଲିଷ୍ଟି ମରାଯିବ । ଏହା ସହ ଜିଲ୍ଲା ର ଓ୍ଵେବସାଇଟ୍ ରେ ପ୍ରଦଶିତ କରାଯିବ । କୃଷି ଓ ଅର୍ଥ ବିଭାଗ ପକ୍ଷରୁ ଜୟଣ୍ଟ ୟୁନିକାରୀ କରାଯିବ । ରିପୋର୍ଟ ଆସିବା ପରେ ମେମୋରେଣ୍ଡମ ଦିଆଯିବ ।Conclusion:ରାଜ୍ୟ ସରକାରଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି । ଏହା ସହ ମେମୋରେଣ୍ଡମ ଦେବାପରେ ସେମାନେ ଚାହିଁଲେ ଆଉଥରେ ଆସି ତଦନ୍ତ କରିପାରିବେ ।
ଆସନ୍ତା ସପ୍ତାହ ରେ ମେମୋରେଣ୍ଡମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।ଏହି ବୈଠକରେ ଏସଆରସି ପ୍ରଦୀପ ଜେନା, କୃଷି ସଚିବ ସୈାରଭ ଗର୍ଗ, ଶକ୍ତି ସଚିବ ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଅଛନ୍ତି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.