ETV Bharat / city

ହସିବ ତୁଳସୀ; ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ - ତୁଳସୀର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

ରାଜଧାନୀ ଭୁବନେଶ୍ବରସ୍ଥିତ ନୀଳାଦ୍ରି ବିହାର ଆଦର୍ଶ ବସ୍ତିର ଏକ ଛୋଟିଆ ଘରେ ଜୀବନ ସହ ସଂଘର୍ଷ କରୁଥିବା ନୀରିହ ଶିଶୁକନ୍ୟା ତୁଳସୀର ଚିକିତ୍ସା ପାଇଁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 13, 2019, 3:48 PM IST

ଭୁବନେଶ୍ବର: ଶିଶୁଟି ଜନ୍ମ ନେଲେ ନିଜ ସହ ନେଇ ଆସେ ଖୁସିର ମାହୋଲ । ଚାରିଆଡେ ଶୁଭେ ଖାଲି କୁଆଁ କୁଆଁର ଶବ୍ଦ । ଆଉ ନୂତନ ସଦସ୍ୟକୁ ପାଇ ପରିବାରବର୍ଗ ମଧ୍ୟ ବେଶ ଉତ୍ସାହିତ ହୋଇଥାନ୍ତି । ତୁଳସୀର ଜନ୍ମ ପରେ ମଧ୍ୟ ପରିବାରରେ ଖେଳିଯାଇଥିଲା ଆନନ୍ଦର ଲହରୀ । ମାତ୍ର ଏହି ସୁଖ ବେଶୀ ଦିନ ସହିଲାନି ଦଇବ । ଜନ୍ମ ହେବାର କେଇ ମାସ ପରେ ଜୀବନ ଜିଇଁବାକୁ ନିତିଦିନ ସଂଘର୍ଷ କରୁଛି ଏହି ଦୁଇ ବର୍ଷ 2 ମାସର ଶିଶୁକନ୍ୟା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତୁଳସୀ ସାଧାରଣ ଶିଶୁଙ୍କ ପରି ଦେଖିବାକୁ ହୃଷ୍ଟପୃଷ୍ଟ । ହେଲେ ସେମାନଙ୍କ ପରି ନା ସେ ଗୁରୁଣ୍ଡି ପାରୁଛି ନା ନିଜେ ଖାଇପାରୁଛି । କାରଣ ଜନ୍ମ ହେବାର 10 ମାସ ପରେ ହଠାତ୍ ଦିନେ ତାକୁ ବାତ ମାରିଥିଲା । ଯାହା ପରଠୁ ସେ ସବୁଦିନ ପାଇଁ ଏକ ଅଜଣା ରୋଗରେ ପୀଡିତ ହୋଇ ସ୍ଥାଣୁ ପାଲିଟିଯାଇଛି । କୁନି ଝିଅର ଏହି ଅସହ୍ୟ ଯନ୍ତ୍ରଣା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । କ୍ୟାପିଟାଲ ହସ୍ପିଟାଲ ଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ସବୁଠି ଝିଅର ଚିକିତ୍ସା କରି ପରିବାର ଏବେ ବିଫଳ । ରୋଗ ତ ଭଲ ହେବା ଦୂର କଥା ଦୁଃଖର ଭାର ବଢିବାରେ ଲାଗିଛି ।

ରାଜଧାନୀ ଭୁବନେଶ୍ବରସ୍ଥିତ ନୀଳାଦ୍ରି ବିହାର ଆଦର୍ଶ ବସ୍ତିର ଏକ ଛୋଟିଆ ଘରେ ରହୁଥିବା ଏହି ପରିବାରର ଦୁଃଖଭରା କାହାଣୀ ନଦେଖିଲେ ବିଶ୍ବାସ ହେବନି । ଗୋଟିଏ ପଟେ ଝିଅର ଚିକିତ୍ସା ଆଉ ଗୋଟିଏ ପଟେ ଦାରିଦ୍ର୍ୟତାର ବୋଝ ସତେଯେମିତି ତୁଳସୀର ବାପା ମାଙ୍କୁ ମାଡି ବସିଛି । ତୁଳସୀଙ୍କ ବାପା ପେଶାରେ ଜଣେ ଦିନ ମଜୁରିଆ ହୋଇଥିବାବେଳେ ଦିନ ମଜୁରୀ ବାବଦକୁ 400ଟଙ୍କା ରୋଜଗାର କରିଥାନ୍ତି । ହେଲେ ଏତିକି ଟଙ୍କାରେ 5 ପ୍ରାଣୀ ଚଳେଇ ଝିଅର ଚିକିତ୍ସା କରାଇବା ତାଙ୍କ ପାଇଁ କାଠିକର ପାଠ ଭଳି । ଏମିତି ସ୍ଥିତିରେ ସପରିବାର ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

ପରିଣତ ବୟସରେ ନିଜ ନାତୁଣୀକୁ ଟିକେ ଗେଲ କରିବାକୁ ଜେଜେ ମା, ବାପା ଡାକ ଶୁଣିବାକୁ ଉଭୟ କାନ ଡେରୀ ବସିଛନ୍ତି । ସେପଟେ ତୁଳସୀର ମା ନିଜ ଝିଅର ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିବାବେଳେ ତାର ଏଭଳି ଅବସ୍ଥା ଦେଖି ଗୁମୁରି ଗୁମୁରି କାନ୍ଦୁଛି । କେବଳ ସରକାରୀ ସହାୟତା ହିଁ ତୁଳସୀକୁ ଏବେ ଠିକ୍ କରିପାରିବ ବୋଲି ଆଶା ରଖିଛନ୍ତି ପରିବାର ।

ସେପଟେ ତୁଳସୀର ଶାରିରୀକ ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କ ପରିବାରକୁ ଯାଇ ଭେଟିଛନ୍ତି । ଏହା ପରେ ସେ ତୁଳସୀର ଚିକିତ୍ସା ପାଇଁ ଏମ୍‌ସର ସୁପରିଣ୍ଟେଡେଣ୍ଟଙ୍କ ସହ ଆଲୋଚନା କରିବା ସହ ତାର ଚିକିତ୍ସା ପାଇଁ ସମସ୍ତ ଦାୟିତ୍ବ ବହନ କରିଛନ୍ତି । ଏବେ ଅପେକ୍ଷା ତୁଳସୀର ସୁସ୍ଥ ହୋଇ ଫେରିବା ବାଟକୁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.