ETV Bharat / city

ଅଭିଯୋଗ ପରେ ଶୁଣୁନି ପୋଲିସ, ମାର୍କେଟ ବନ୍ଦ କଲା ଆସୋସିଏସନ - ମାର୍କେଟ ବନ୍ଦ କଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ

ଥାନାରେ ଅଭିଯୋଗ ସତ୍ତ୍ବେ ଶୁଣୁନି ପୋଲିସ । ମାର୍କେଟ ବନ୍ଦ କଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଅଧିକ ପଢନ୍ତୁ

ଅଭିଯୋଗ ପରେ ଶୁଣୁନି ପୋଲିସ, ମାର୍କେଟ ବନ୍ଦ କଲା ଆସୋସିଏସନ

author img

By

Published : Jan 4, 2022, 9:30 PM IST

ଭୁବନେଶ୍ବର: ହତ୍ୟା ଉଦ୍ୟମ କରି ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଧରୁନଥିବା ଅଭିଯୋଗରେ ଉଠା ଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ମଧ୍ୟରେ ଥିବା ଅଭିଯୋଗକାରୀଙ୍କ ଅସନ୍ତୋଷ ଶେଷରେ ଉଗ୍ରରୂପ ନେଇଛି । ଯାହାକୁ କେନ୍ଦ୍ର କରି ଆଜି(ମଙ୍ଗଳବାର) ମାର୍କେଟ ବନ୍ଦ କରିଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ।

ଅଭିଯୋଗ ପରେ ଶୁଣୁନି ପୋଲିସ, ମାର୍କେଟ ବନ୍ଦ କଲା ଆସୋସିଏସନ

ଦୀର୍ଘ ଦୁଇ ଘଣ୍ଟା ଧରି ଉଠା ଦୋକାନୀ ଓ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ଭିତରେ ଗଣ୍ଡଗୋଳ ପରେ ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ଉପୁଜିଛି । ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀ ବିକାଶ ଶାହାଙ୍କୁ ଗତ ୨୩ ତାରିଖରେ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିପାରିନି ପୋଲିସ । ସେହିପରି ଜଣେ ଉଠା ବ୍ୟବସାୟୀ ସବନମ ନାମକ ମହିଳାଙ୍କ ସହ କିଛି ଲୋକ ଗଣ୍ଡଗୋଳ କରିଥିବା ନେଇ ଥାନାରେ ଦ୍ବାରସ୍ଥ ହୋଇଥିଲେ ।

ହେଲେ ପୋଲିସ ତାଙ୍କୁ ବି ନ୍ୟାୟ ଦେଇପାରିଲାନି‌ । ଯାହାର ପ୍ରତିଫଳ ସ୍ବରୁପ ଆଜି ଏଭଳି ପରିସ୍ଥିତି ଉପୁଜିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.