ETV Bharat / city

ଫନି ପୁନଃରୁଦ୍ଧାର, ରାଜ୍ୟକୁ 3338 କୋଟିର କେନ୍ଦ୍ରୀୟ ସହାୟତା - ଓଡିଶା ସରକାର

ବାତ୍ୟା ଫନି ପାଇଁ ଓଡିଶାକୁ ମିଳିଲା ଅତିରିକ୍ତ କେନ୍ଦ୍ରୀୟ ସହାୟତା । ରାଜ୍ୟକୁ ଏନେଇ ମିଳିଛି 3338.22 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ।

ଫାଇଲ ଫଟୋ
author img

By

Published : Aug 20, 2019, 3:40 PM IST

Updated : Aug 20, 2019, 4:22 PM IST

ଭୁବନେଶ୍ବର: ବାତ୍ୟା ଫନି ପୁନରୁଦ୍ଧାର ପାଇଁ ଓଡିଶାକୁ ମିଳିଲା ଅତିରିକ୍ତ କେନ୍ଦ୍ରୀୟ ସହାୟତା । ରାଜ୍ୟକୁ ଏନେଇ ମିଳିଛି 3338.22 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା । ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ କମିଟିରେ ଏହି ଅନୁଦାନକୁ ଅନୁମୋଦନ ମିଳିଛି ।

fani cyclone, central help, odisha, ଫନି, କେନ୍ଦ୍ରୀୟ ସହାୟତା, ଫନି ପାଇଁ କେନ୍ଦ୍ରୀୟ ସହାୟତା, ଓଡିଶା ସରକାର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ ପୂର୍ବରୁ ବାତ୍ୟା କ୍ଷୟକ୍ଷତି ବାବଦରେ 5227.68 କୋଟି ଟଙ୍କା ମାଗିଥିଲେ ରାଜ୍ୟ ସରକାର । ତେବେ ମଙ୍ଗଳବାର ବାତ୍ୟା ଫନିର ପୁନରୁଦ୍ଧାର ପାଇଁ ଏହି ସହାୟତା ଦେଇଛି କେନ୍ଦ୍ର । ଜାତୀୟ ବିପର୍ଯ୍ୟୟ ରିଲିଫ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ପ୍ରକାଶ ଯେ ବାତ୍ୟା ଫନିରେ ରାଜ୍ୟର ମୋଟ 24,176 କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା । ଯାହାର ପୁନରୁଦ୍ଧାର ପାଇଁ 29,315 କୋଟି ଟଙ୍କାର ଆବଶ୍ୟକତା ରହିଛି । ଏନେଇ ପୂର୍ବରୁ ବାତ୍ୟା ସମୟରେ କେନ୍ଦ୍ର ସରକାର 341 କୋଟି ଟଙ୍କାର ସହାୟତା ଯୋଗାଇଥିବା ବେଳେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଦେଇଥିଲେ 1 ହଜାର କୋଟି ଟଙ୍କା । ଯାହାକି ରାଜ୍ୟ ସରକାରଙ୍କୁ ମିଳି ସାରିଥିବା ଜଣା ପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବାତ୍ୟା ଫନି ପାଇଁ ଓଡିଶାକୁ ମିଳିଲା କେନ୍ଦ୍ରୀୟ ସହାୟତା। ରାଜ୍ୟକୁ ମିଲିଛି 3338.22 କୋଟି ଟଙ୍କା। ଗୃହ ମନ୍ତ୍ରୀ ଅମିତ ଶହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ କମିଟି ରହକୁ ଅନୁମୋଦନ ଦେଇଛି। ପୂର୍ବରୁ 5227.68 କୋଟି ଟଙ୍କା ମାଗିଥିଲେ ଓଡିଶା ସରକାର। ରିଲିଫ ଓ ଥଇଥାନ ପାଇଁ ଏହି ସହାୟତା ଦେଇଛି କେନ୍ଦ୍ର। ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।Body:HConclusion:null
Last Updated : Aug 20, 2019, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.