ETV Bharat / city

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର - central gov support to odisha

ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା 'ୟଶ'ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଦେଲେ ସୂଚନା । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର

author img

By

Published : May 22, 2021, 1:04 PM IST

ଭୁବନେଶ୍ବର: ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ବାତ୍ୟା ଲଘୁଚାପର ରୂପ ନେଇଛି । ଓଡିଶାରେ ଏହି ସମ୍ଭାବ୍ୟ ବାତ୍ୟା 'ୟଶ'ର ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ଚାଲିଛି । ଏହି ପରିପ୍ରେକ୍ଷୀରେ ଶନିବାର ବାତ୍ୟା ସମ୍ବନ୍ଧୀୟ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭାରତୀୟ ପାଣିପାଗ ନିର୍ଦ୍ଦେଶକ ( ଆଇଏମଡ଼ି ) ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଏନଡ଼ିଆରଏଫ ଡ଼ିଜି ସତ୍ୟ ନାରାୟଣ ପ୍ରଧାନଙ୍କ ସହ ଭିଡ଼ିଓ କନଫରେନ୍ସି ଜରିଆରେ ଧର୍ମେନ୍ଦ୍ର ଏହି ସମୀକ୍ଷା କରିଛନ୍ତି ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବ କେନ୍ଦ୍ର: ଧର୍ମେନ୍ଦ୍ର

ସମ୍ଭାବ୍ୟ ବାତ୍ୟାର ସ୍ଥିତି ଏବଂ ଅବସ୍ଥିତି ନେଇ ବିସ୍ତୃତ ଭାବରେ କଥା ହେବା ସହ ଏନଡ଼ିଆରଏଫ୍ ଦ୍ୱାରା ହୋଇଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର । ଏନଡ଼ିଆରଏଫ୍ ଓଡ଼ିଶାକୁ ସମସ୍ତ ପ୍ରକାର ସହଯୋଗ ତଥା ବିପର୍ଯ୍ୟୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ ଏନଡ଼ିଆରଏଫ୍ ଡ଼ିଜି ଏସ.ଏନ ପ୍ରଧାନ ସୂଚନା ଦେଇଛନ୍ତି । 'ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓଡିଶାକୁ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ । ଏ ସମ୍ପର୍କରେ ମୁଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବି । ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସମନ୍ବୟରେ ଏହି ବାତ୍ୟାର ମୁକାବିଲା କରିପାରିବା । ଲୋକମାନେ ଭୟଭୀତ ନହୋଇ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.