ETV Bharat / city

ଉଷୁନା ଚାଉଳ ନେବାକୁ ମନା କଲା କେନ୍ଦ୍ର, ବିଜେପି ଉପରେ ବର୍ଷିଲା ବିଜେଡି - center refused to accept boiled rice

କେବଳ ଖରିଫ ଋତୁରେ 50 ପ୍ରତିଶତ ଧାନ ସଂଗ୍ରହ କରାଯିବ ରବି ସିଜିନରେ କରାଯିବ ନାହିଁ । ଏନେଇ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିବା ପରେ ଓଡିଶା ପାଇଁ ଏହା ଏକ ଚଡକ ବୋଲି କହିଛି ବିଜେଡି । ଏନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି କୃଷକ । ବାରମ୍ବାର ଓଡିଶା କୃଷି କର୍ମଣ ପୁରସ୍କାର ପାଉଛି । ହେଲେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ନିଶ୍ଚୟ ।

ଉଷୁନା ଚାଉଳ ନବାକୁ ମନା କଲା କେନ୍ଦ୍ର, ବିଜେପି ଉପରେ ବର୍ଷିଲା ବିଜେଡି

author img

By

Published : Jan 18, 2021, 1:49 PM IST

ଭୁବନେଶ୍ବର: କେବଳ ଖରିଫ ଋତୁରେ 50 ପ୍ରତିଶତ ଧାନ ସଂଗ୍ରହ କରାଯିବ ରବି ସିଜିନରେ କରାଯିବ ନାହିଁ । ଏନେଇ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିବା ପରେ ଓଡିଶା ପାଇଁ ଏହା ଏକ ଚଡକ ବୋଲି କହିଛି ବିଜେଡି । ଏନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ, ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି କୃଷକ । ବାରମ୍ବାର ଓଡିଶା କୃଷି କର୍ମଣ ପୁରସ୍କାର ପାଉଛି । ରାଜ୍ୟ ଅର୍ଥନୀତିର ମେରୁଦଣ୍ଡ ସାଜିଛନ୍ତି କୃଷକ । ମହାମାରୀ ସମୟରେ ବି କଠିନ ପରିଶ୍ରମ କରି ବମ୍ଫର ଉତ୍ପାଦନ କରିଛନ୍ତି ଚାଷୀ । ହେଲେ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ନିଶ୍ଚୟ ।

ଉଷୁନା ଚାଉଳ ନବାକୁ ମନା କଲା କେନ୍ଦ୍ର, ବିଜେପି ଉପରେ ବର୍ଷିଲା ବିଜେଡି

2019-20ରେ ଖରିଫରେ 53, ରବିରେ 70 ଲକ୍ଷ ଉତ୍ପାଦନ ହୋଇଥିଲା । ମୋଟ 71 ଲକ୍ଷ ଉତ୍ପାଦନ ହୋଇଥିଲା । 48 ମେଟ୍ରିକ ଟନ ପାରା ବଏଲଡ଼ ରାଇସ ରହିଛି। ସେଥିରୁ 24 ଲକ୍ଷ ମେଟ୍ରିକ ଟନ ଚାଉଳ ଵ୍ୟଵହାର ହୋଇଛି। FCI ନେଇଛି 17 ଲକ୍ଷ ମେଟ୍ରିକ ଟନ। 7 ଲକ୍ଷ ମେଟ୍ରିକ ଟନ ଚାଉଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ରେ ଦିଆଯାଇଛି। 2020-21ରେ 35 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇ ସାରିଲାଣି । ଆଉ 30 ଲକ୍ଷ ମେଟ୍ରିକ ଟନ ଟାର୍ଗେଟ ରହିଛି । ରବି ସିଜିନ ମିଶାଇଲେ ମୋଟ 82 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଟାର୍ଗେଟ ରହିଛି। 55 ମେଟ୍ରିକ ଟନ ପାରା ବଏଲଡ଼ ରାଇସ ରହିଛି । କଟା ଘା ରେ ଚୁନ ଭଳି ଏହାଦ୍ବାରା 10 ହଜାର କୋଟି ଟଙ୍କାର ବୋଝ ପଡିଛି ବୋଲି ଦଳ ଦାବି କରିଛି। ବାକି 21 ଲକ୍ଷ ମେଟ୍ରିକ ଟନ ଚାଉଳ ବୋଝ ହେବ। ଏହାର ମୂଲ୍ୟ ପ୍ରାୟ 10 ହଜାର କୋଟି ଟଙ୍କା ହେବ। କେନ୍ଦ୍ରର ଏ ନିଷ୍ପତ୍ତି କଟା ଘାରେ ଚୁନ ଦେଲା ଭଳି ।

ଧାନ ସଂଗ୍ରହରେ ଓଡିଶା ରାଜ୍ୟ ଯୋଗାଣ ନିଗମ ଏକ ଏଜେନ୍ସି ଭାବରେ କାମ କରିଥାଏ । ସେପ୍ଟେମ୍ବର 2020 ସୁଦ୍ଧା କେନ୍ଦ୍ରରୁ ଅଗ୍ରୀମ ସବସିଡ଼ି 2850 କୋଟି ମିଳିବା କଥା। ଏବେ ସୁଦ୍ଧା କେନ୍ଦ୍ର ଦେଇନି । ମୋଟ ବକେୟା 6040 କୋଟି ଟଙ୍କା ରହିଛି । ଏବେ ସୁଦ୍ଧା ରାଜ୍ୟ 6550 କୋଟି ଚାଷୀମାନଙ୍କୁ ଦେଇ ସାରିଲାଣି ।

ବିଜେପି ଭୁଆଁ ବୁଲାଉଛି । ବିଜେଡି ଦାବି କରୁଛି କି ଯଦି ଚାଷୀଙ୍କ ପାଇଁ କିଛି କରିବାର ଅଛି, ତେବେ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେଉ। ବିଜେପି 21ରେ ସମ୍ବଲପୁର ଆରଡିସି ଘେରାଓ ନକରି ଦିଲ୍ଲୀ ଯାଇ ପାରା ବଏଲଡ଼ ରାଇସ କଟକଣା ଉଠାନ୍ତୁ ଓ ଆମ ସବସିଡି ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାକୁ ନେଇ ବିଚଳିତ ଅଛି ବିଜେପି। ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିବ। ବିଜେଡି ଏହାକୁ ସମର୍ଥନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.