ETV Bharat / city

ଅମାନିଆଙ୍କ ଉପରେ ସିସିଟିଭି ନଜର, ରାଜଧାନୀରେ କୋଭିଡ଼ ଚେକିଂ କଡାକଡି - ରାଜଧାନୀରେ କଠୋର କୋଭିଡ଼ ଚେକିଂ

ଏଣିକି ଆଉ ତ୍ରାହି ନାହିଁ, ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ନାହିଁ ତ କାଟିବେ ଫାଇନ । ଯାହାକୁ ନେଇ ଭୁବନେଶ୍ବରରେ କୋଭିଡ଼ ଏନଫୋର୍ସମେଣ୍ଟ ପାଇଁ ପ୍ରତ୍ୟକ ଦିନ ବୁଲୁଛନ୍ତି ୧୦ପ୍ଲାଟୁନ ପୋଲିସ । ଅଧିକ ପଢନ୍ତୁ...

ସିସିଟିଭିରେ ଧରାହେବ କୋଭିଡ ଅମାନିଆ, ରାଜଧାନୀରେ କଠୋର କୋଭିଡ଼ ଚେକିଂ
ସିସିଟିଭିରେ ଧରାହେବ କୋଭିଡ ଅମାନିଆ, ରାଜଧାନୀରେ କଠୋର କୋଭିଡ଼ ଚେକିଂ
author img

By

Published : Apr 11, 2021, 6:27 AM IST

ଭୁବନେଶ୍ବର: ଏଣିକି ଆଉ ତ୍ରାହି ନାହିଁ, ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ନାହିଁ ତ କାଟିବେ ଫାଇନ । ଏଥିପାଇଁ ବୁଲୁଛନ୍ତି ସ୍ବତନ୍ତ୍ର ଟିମ । କୋରୋନା ଦିତୀୟ ଲହରୀ ନେଇ କଠୋର ହୋଇଛି କମିସନରେଟ ପୋଲିସ । ଯାହାକୁ ନେଇ ଭୁବନେଶ୍ବରରେ କୋଭିଡ଼ ଏନଫୋର୍ସମେଣ୍ଟ ପାଇଁ ପ୍ରତ୍ୟକ ଦିନ ବୁଲୁଛନ୍ତି ୧୦ପ୍ଲାଟୁନ ପୋଲିସ । ଏଥିସହ ପିସିଆର ସମେତ ସମସ୍ତ ଥାନାର ଥାନା କର୍ମଚାରି ମଧ୍ୟ ବୁଲି ବୁଲି ନିୟମ ଉଲଙ୍ଘନକାରୀଙ୍କ ଠାରୁ ଫାଇନ କାଟିବେ ।

ସିସିଟିଭିରେ ଧରାହେବ କୋଭିଡ ଅମାନିଆ, ରାଜଧାନୀରେ କଠୋର କୋଭିଡ଼ ଚେକିଂ

ଏପରିକି ସିସିଟିଭି ଜରିଆରେ ମାସ୍କ ସୋସିଆଲ ଡିଷ୍ଟାନ୍ସ ମାନୁ ନଥିବା ଲୋକଙ୍କୁ ଚିହ୍ନଟ କରାଯିବ । କିପରି ଲୋକମାନେ ଆଉ ହେଳା ନକରି ମାସ୍କ ପିନ୍ଧିବାକୁ ଗୁରୁତ୍ବ ଦେବେ ସେ ଦିଗରେ କଡା ଚେତାବନୀ ଦେଇଛନ୍ତି ଭୁବନେଶ୍ବର ଡିସିପି । ଦୋକାନ ଓ ହାଟ ସମେତ ମଲ ମାର୍କେଟ କର୍ତ୍ତୃପକ୍ଷଙ୍କୁ ଏସବୁ ଦିଗରେ ଧ୍ୟାନ ଦେବାକୁ ସୂଚିତ କରାଯାଇଛି । ଏଥିପାଇଁ ମାର୍କେଟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । କିଭଳି କୋଭିଡ଼ ମୁକାବିଲା କରାଯାଇ ପାରିବ ସେ ଦିଗରେ ଧ୍ୟାନ ଦିଆଯାଉଥିବା ଭୁବନେଶ୍ବର ଡିସିପି କହିଛନ୍ତି । ନଚେତ ଅତର୍କିତ ଚଢ଼ାଉ କରାଯାଇ ମାସ୍କ ଓ ସୋସିଆଲ ଡିଷ୍ଟାନ୍ସ ନଥିଲେ ସିଲ ନଚେତ ଦୋକାନକୁ ସଟର ଡାଉନ କରିପାରନ୍ତି ପୋଲିସ ଓ ଵିଏମସି ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.