ETV Bharat / city

ସାମ୍ନାକୁ ଆସିଲା ମନୀଷଙ୍କ ମୃତ୍ୟୁ ପୂର୍ବର ଭିଡିଓ - Manish das death case

ଆସିଲା ମନୀଷଙ୍କ ମୃତ୍ୟୁ ପୂର୍ବର ଭିଡିଓ । ହୋଟେଲରୁ ଚାଲି ଚାଲି ଯିବା ଯିବା ବେଳର ଦୃଶ୍ୟକୁ କଏଦ କରିଛି ସିସିଟିଭି କ୍ୟାମେରା । ଅଧିକ ପଢନ୍ତୁ...

ସାମ୍ନାକୁ ଆସିଲା ମନୀଷଙ୍କ ମୃତ୍ୟୁ ପୁର୍ବର ଭିଡିଓ

author img

By

Published : Oct 13, 2021, 6:48 AM IST

ଭୁବନଶ୍ବର: ଆସିଲା ମନୀଷଙ୍କ ମୃତ୍ୟୁ ପୂର୍ବର ଭିଡିଓ । ହୋଟେଲରୁ ଚାଲି ଚାଲି ଯିବା ଯିବା ବେଳର ଦୃଶ୍ୟକୁ କଏଦ କରିଛି ସିସିଟିଭି କ୍ୟାମେରା । ରାତିରେ ୩ଟା ୨୯ସମୟରେ ମନୀଷ ହୋଟେଲରୁ ବାହାରି ଚାଲି ଚାଲି ଯାଉଥିବାର ଭିଡିଓ ରେକର୍ଡ ହୋଇଛି । ହୋଟେଲଠାରୁ ମୃତଦେହ ମିଳିଥିବା ସ୍ଥାନର ଦୂରତା ମାତ୍ର ୫୦୦ମିଟର ରହିଛି ।

ସାମ୍ନାକୁ ଆସିଲା ମନୀଷଙ୍କ ମୃତ୍ୟୁ ପୁର୍ବର ଭିଡିଓ
ସେପଟେ ମନୀଷଙ୍କୁ ଇନଫୋସିଟିରୁ ନେଇଥିବା କାରର ସନ୍ଧାନ ମିଳିଛି । OD02X9696 କାର‌୍‌ ଯୋଗେ ତମାଣ୍ଡୋର ହୋଟେଲ ସାଉଥସିଟି ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କର ଦୁଇ ସାଙ୍ଗ ସହ ଥିଲେ । ଜଣେ ସାଙ୍ଗକୁ ଅଟକ ରଖିଥିବା ବେଳେ ଅନ୍ୟ ସାଙ୍ଗଙ୍କୁ ଖୋଜୁଛି ପୋଲିସ। ସେପଟେ ମନୀଷ ମୃତ୍ୟୁ ରହସ୍ୟ ନେଇ ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ।

ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଏହାସହ ମୃତଦେହରେ କୌଣସି ଦାଗ ଚିହ୍ନ ନଥିବାବେଳେ କେମିତି ଶ୍ବାସରୁଦ୍ଧ ହେଲା ? କଣ ପାଣିରେ ବୁଡି ଶ୍ବାସରୁଦ୍ଧ ହୋଇଛି ନା ଆଉ କିଛି କାରଣ ? ଏନେଇ ଅଫିସିଆଲ ସୂଚନା ମିଳିନଥିଲେ ମଧ୍ୟ ଏହା ଏକ ବଡ ସୁରାକ ମନୀଷ ମୃତ୍ୟୁ ଘଟଣାର ‌। ଯାହା ଘଟଣାର‌ ମୋଡକୁ ବଦଳାଇଛି। ତେବେ ପ୍ରଶ୍ନ ଉଠୁଛି ଶ୍ବାସରୁଦ୍ଧର କାରଣ କଣ ହୋଇପାରେ ଏହାର କାରଣ ଖୋଜୁଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.