ETV Bharat / city

ସିବିଏସଇ ଦଶମ ଫଳାଫଳ, ଭୁବନେଶ୍ୱର କ୍ଷେତ୍ରର ପାସହାର 93.20% - ଭୁବନେଶ୍ୱର କ୍ଷେତ୍ରର ପାସହାର 93.20 ପ୍ରତିଶତ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ବର ରିଜନର ପାସ ହାର 93.20 ପ୍ରତିଶତ ରହିଛି । ଅଧିକ ପଢନ୍ତୁ...

ସିବିଏସଇ ଦଶମ ଫଳାଫଳ, ଭୁବନେଶ୍ୱର କ୍ଷେତ୍ରର ପାସହାର 93.20 ପ୍ରତିଶତ

author img

By

Published : Jul 15, 2020, 4:45 PM IST

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ ଭୁବନେଶ୍ବର ରିଜନର ପାସ ହାର 93.20 ପ୍ରତିଶତ ରହିଛି । ସେହିପରି 99.28 ପ୍ରତିଶତ ସହ ତ୍ରିଭେନ୍ଦ୍ରମରେ ପାସହାର ସର୍ବାଧିକ ରହିଛି ।

ବୁଧବାର ସିବିଏସଇ ଦଶମ ଶ୍ରେଣୀ ଫଳାଫଳ ଦିନ 12ଟା ପରଠାରୁ ଅନଲାଇନରେ ଉପଲବ୍ଧ ହୋଇଥିଲା । ଏନେଇ ମଙ୍ଗଳବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଟ୍ବିଟରରେ ସୂଚନା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, କୋରୋନା ମହାମାରୀ ପାଇଁ ଦେଶରେ ଏହି ପରୀକ୍ଷା ସଂପୂର୍ଣ୍ଣ ହୋଇପାରିନଥିଲା । ଫଳରେ ବାକି ଥିବା କିଛି ପେପରର ପରୀକ୍ଷା ପାଇଁ ଜୁଲାଇ 1ରୁ 15 ମଧ୍ୟରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ କୋରୋନା ସଂକ୍ରମଣ ବୃଦ୍ଧି ପାଇବା ହେତୁ ଏହାକୁ ବାତିଲ କରାଯାଇଥିଲା । ତେଣୁ ଅବଶିଷ୍ଟ ପରୀକ୍ଷା ହୋଇ ନଥିବା ବିଷୟର ରେଜଲ୍ଟ ବିକଳ୍ପ ମୂଲ୍ୟାୟନ ମାଧ୍ୟମରେ ସ୍ଥିର କରାଯାଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.