ETV Bharat / city

ଲାଞ୍ଚ କାରବାର ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲା । ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ଅଧିକ ପଢ଼ନ୍ତୁ

cbi court grants bail to charchit mishra
ଲାଞ୍ଚ କାରବାର ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ
author img

By

Published : Sep 6, 2022, 5:38 PM IST

Updated : Sep 6, 2022, 7:38 PM IST

ଭୁବନେଶ୍ବର: ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ଜାମିନ । ପାରାଦୀପ ପୋର୍ଟ କନଭେୟର ବେଲ୍ଟ ଲାଞ୍ଚ ମାମଲାରେ ଚର୍ଚ୍ଚିତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ (CBI court grants bail to Charchit Mishra) । ସିବିଆଇ ନିକଟରେ ଘଟଣାର ଅଧିକ ତଥ୍ୟ ନଥିବା ଆଧାରରେ ଭୁବନେଶ୍ବର CBI କୋର୍ଟ ଜାମିନ ପ୍ରଦାନ କରିଛନ୍ତି । 1ଲକ୍ଷ ଟଙ୍କାର ବେଲ ବଣ୍ଡ୍‌ ସହ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନ ଦେଇଛନ୍ତି କୋର୍ଟ ।

ଲାଞ୍ଚ କାରବାର ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ସିବିଆଇକୁ ଲାଗିଛି ଝଟକା । ଜେଲରୁ ଜାମିନ ପାଇ ମୁକୁଳିଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର । ଦୀର୍ଘ ୧୪ ଦିନ ଧରି ବିଚାର ବିଭାଗୀୟ ହାଜତରେ ଝାରପଡ଼ା ଜେଲରେ ଥିଲେ । ଏନେଇ ଆଜି ସର୍ତ୍ତମୂଳକ ଜାମିନ ମିଳିବା ପରେ ଜେଲରୁ ମୁକୁଳିଛନ୍ତି ଚର୍ଚ୍ଚିତ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ । ତାଙ୍କ ବିରୋଧରେ ଏଯାଏଁ କୌଣସି ପ୍ରମାଣ ମିଳିନାହିଁ । ସେ ସ୍ଥାନୀୟ ଲୋକ ହୋଇଥିବାରୁ ସେ ଯେକୌଣସି ସମୟରେ ତଦନ୍ତରେ ସହଯୋଗ କରିବେ । ଏଣୁ ତାଙ୍କୁ ଜାମିନ ମିଳିିଛି ।

ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ
ଚର୍ଚ୍ଚିତ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

ସିବିଆଇ ଅଧିକାରୀଙ୍କୁ ତଦନ୍ତରେ ସହାୟତା କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ତ୍ତରେ ଜାମିନ ଦିଆଯାଇଥିବା କୋର୍ଟ ଉଲ୍ଲେଖ କରିଛନ୍ତି । ସିବିଆଇ ନିକଟରେ ଚର୍ଚ୍ଚିତ ମିଶ୍ର ପାସପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ପୂର୍ବରୁ ପାସପୋର୍ଟ ଦାଖଲ ହୋଇସାରିଛି । ତେଣୁ ଆମେ କେବଳ କୋର୍ଟକୁ ଜଣାଇବୁ ବୋଲି ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ ସୂଚନା ଦେଇ କହିଛନ୍ତି । ଏହା ପୂର୍ବରୁ ବିଲଡର ଶିଶିର ଦାସଙ୍କୁ ଜାମିନ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଚ କାରବାର ମାମଲା: ଜେଲ ଗଲେ ଚର୍ଚ୍ଚିତ

ସୂଚନା ଥାଉକି, ପାରାଦୀପ କନଭେୟର ବେଲ୍ଟ ମରାମତି ପାଇଁ ଲାଞ୍ଚ କାରବାର ମାମଲାରେ ଅଗଷ୍ଟ ୪ତାରିଖରେ CBI ଶିଳ୍ପପତି ମହିମା ମିଶ୍ରଙ୍କର କଟକସ୍ଥିତ OSL(Odisha Stevedores Limited) କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା । ମହିମା ମିଶ୍ରଙ୍କ ଅଫିସ ପରେ କଟକ ଓଡ଼ିଆ ବଜାରସ୍ଥିତ ବାସଭବନରେ ସିବିଆଇ ଟିମ ଛାନଭିନ୍ କରିବା ସହ ତାଙ୍କୁ ପଚରାଉଚରା କରିଥିଲା । ସେପଟେ ପାରଦ୍ବୀପ ପୋର୍ଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ମଧ୍ୟ ସିବିଆଇ ରେଡ୍ କରି ଛାନଭିନ କରିଥିଲା । ପାରଦ୍ବୀପ ବନ୍ଦରର ଜଣେ ଅଧିକାରୀ ଓ ଠିକାଦାର ୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗ ରହିଥିଲା । ସେହିପରି ପାରାଦ୍ବୀପ ବନ୍ଦର ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ ଓ ଠିକାଦାର ସୁମନ୍ଦ ରାଉତଙ୍କୁ ପାରାଦ୍ବୀପ ଗେଷ୍ଟ ହାଉସ୍‌ରେ ପଚରାଉଚରା କରିଥିଲେ ତଦନ୍ତକାରୀ ଦଳ । ଏହାପରେ ଅଗଷ୍ଟ ୫ ତାରିଖରେ ସିବିଆଇ (CBI) କାର୍ଯ୍ୟାଳୟରେ ଶିଳ୍ପପତି ମହିମା ମିଶ୍ର ହାଜର ହେବାପରେ ଜେରାର ସମ୍ମୁଖୀନ ହୋଇଥିଲେ ।

୨୫ ଲକ୍ଷ ଲାଞ୍ଚ କାରବାର ମାମଲାରେ ସିବିଆଇ ପ୍ରଥମେ ୪ ଜଣ ପରେ ୩ଜଣ ଏପରି ମୋଟ ୭ ଜଣଙ୍କୁ ଗିରଫ କରିଥିଲା । ଠିକାଦାର ସୁମନ୍ତ ରାଉତ, ପାରାଦ୍ବୀପ ପୋର୍ଟର ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, KCT ଗୃପ ମ୍ୟାନେଜର ଶଙ୍ଖଶୁଭ୍ର ମିତ୍ତ୍ର ଓ OSLର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ, ସେମାନଙ୍କ ମଧ୍ୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର, ଦେବପ୍ରିୟ ମହାନ୍ତି, ବିଲଡର ଶିଶିର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ କୋର୍ଟଙ୍କ ଅନୁମତି କ୍ରମେ ୫ଜଣଙ୍କୁ ରିମାଣ୍ଡରେ ଆଣି ପଚରା ଉଚୁରା କରିଥିଲା ସିବିଆଇ । ଏହି ମାମଲା ସିବିଆଇ ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ପୁଣିଥରେ ରିମାଣ୍ଡରେ ଆଣି ପଚରା ଉଚୁରା କରିବାକୁ କୋର୍ଟରେ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିଲେ । ଏହି ମାମଲାରେ ପୂର୍ବରୁ ବିଲଡର ଶିଶିର ଦାସଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ଏହି ମାମଲାରେ ୮୩ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲା ସିବିଆଇ ।

ଭୁବନେଶ୍ବର, ଇଟିଭି ଭାରତ

Last Updated : Sep 6, 2022, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.