ETV Bharat / city

ପ୍ରାଇଭେଟ କମ୍ପାନୀର ଋଣ ଠକେଇ: ପୁଣି ଦସ୍ତାବିଜ୍‌ ଜବତ କଲା CBI - SR Alchowave Private Company loan defaulter

ପୁଣି SR ଆଲକୋୱେଭ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀ ବୁଲି ବିଭିନ୍ନ କାଗଜପତ୍ର ଜବତ କରିଛି ଭୁବନେଶ୍ୱର ସିବିଆଇ ଟିମ୍‌ । ଅଧିକ ପଢ଼ନ୍ତୁ

SR Alchowave Private Company Loan Issue: ପୁଣି CBI ଜବତ କଲା ଦସ୍ତାବିଜ୍‌

author img

By

Published : Nov 25, 2021, 10:40 PM IST

ଭୁବନେଶ୍ବର/କଟକ: ପୁଣି SR ଆଲକୋୱେଭ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀ ବୁଲି ଦେଖିଲା ଭୁବନେଶ୍ୱର ସିବିଆଇ ଟିମ (Bhubaneswar CBI team in SR Alchowave Private Company) । ଏହି ସଂସ୍ଥା ଦୁଇଟି ବ୍ୟାଙ୍କରୁ ଋଣ ଆଣି ଠକିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ୨୦୧୩ ମସିହାରେ ଏହି କମ୍ପାନୀ ଉପରେ ଚଢ଼ାଉ କରି ବନ୍ଦ କରାଇଥିଲା ସିବିଆଇ ଟିମ୍‌ । SR ଆଲକୋୱେଭ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀ (SR Alchowave Private Company Fraud)ର ଅଫିସ କଟକ ଜଗତପୁରରେ ରହିଛି ।

SR Alchowave Private Company Loan Issue: ପୁଣି CBI ଜବତ କଲା ଦସ୍ତାବିଜ୍‌

ଏହି ସଂସ୍ଥାର MD ରଞ୍ଜନ କୁମାର ପାଢ଼ୀ ରହିଥିବା ବେଳେ ତାଙ୍କ ପତ୍ନୀ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇଥିଲେ । କମ୍ପାନୀ ବ୍ୟବସାୟ ବଢାଇବା ଆଳରେ କଟକ ବକ୍ସିବଜାର ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଆହ୍ଲାବାଦ ବ୍ୟାଙ୍କରୁ ଋଣ ପାଇଁ ଆବେଦନ କରିଥିଲେ । ନୈନାଦେବୀ ସପ୍ଲାର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚନ୍ଦ୍ରଘଣ୍ଟା ଆଇରନ୍ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ୍ ଏହି ଋଣ ପାଇଁ ଗ୍ୟାରେଣ୍ଟର ରହିଥିଲେ । କମ୍ପାନୀ ବ୍ୟାଙ୍କର କେତେକ କର୍ମଚାରୀଙ୍କୁ ଧରି ଋଣ ମଞ୍ଜୁର କରି ନେଇଥିଲେ ।

୨୦୧୩ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ୪୦ କୋଟି ଋଣ ଦେଇଥିବା ବେଳେ ଆହ୍ଲାବାଦ ବ୍ୟାଙ୍କ ୩୩କୋଟି ଟଙ୍କା ଋଣ ଦେଇଥିଲା । ଋଣ ଟଙ୍କା ନେବା ପରେ ମାସକୁ ମାସ କିସ୍ତା ଟଙ୍କା ପୈଠ କରାଯାଇନଥିଲା । ଏହାପରେ ବ୍ୟାଙ୍କ ପକ୍ଷରୁ ନୋଟିସ୍ କରାଯାଇଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ଏହି ଋଣ ବଢ଼ି ଶେଷରେ ୧୪୦.୪୮ କୋଟିରେ ପହଞ୍ଚିଛି । କମ୍ପାନୀ ଋଣ ପରିଶୋଧ ନକରିବାରୁ ଶେଷରେ ବ୍ୟାଙ୍କର ମ୍ୟାନେଜର ଏନେଇ ସିବିଆଇରେ ଅଭିଯୋଗ କରିଥିଲେ । ବୁଧବାର ସିବିଆଇ ସଂସ୍ଥାର ଅଧିକାରୀ SR ଆଲକୋୱେଭ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀ ଯାଇ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.