ETV Bharat / city

ସ୍କୁଲରେ ମିଳିବ ଜାତିଗତ ପ୍ରମାଣପତ୍ର, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ - ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ସଚିବ

ସ୍କୁଲ ପିଲାଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ । ଅଧିକ ପଢନ୍ତୁ...

ସ୍କୁଲରେ ମିଳିବ ଜାତିଗତ ପ୍ରମାଣପତ୍ର
ସ୍କୁଲରେ ମିଳିବ ଜାତିଗତ ପ୍ରମାଣପତ୍ର
author img

By

Published : Apr 10, 2021, 11:47 AM IST

ଭୁବନେଶ୍ବର: ସ୍କୁଲ ପିଲାଙ୍କୁ ମିଳିବ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ । ଦଶମ ଶ୍ରେଣୀ ପିଲାମାନେ ଯେପରି ସହଜରେ ଜାତି ଓ ଅନ୍ୟାନ୍ୟ ପ୍ରମାଣ ପତ୍ର ପାଇପାରିବ, ସେ ନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ସ୍କୁଲରେ ମିଳିବ ଜାତିଗତ ପ୍ରମାଣପତ୍ର
ସ୍କୁଲରେ ମିଳିବ ଜାତିଗତ ପ୍ରମାଣପତ୍ର

ସ୍କୁଲ ପରିସରରେ ହିଁ ସ୍କୁଲ ପିଲାଙ୍କୁ ମିଳିବ ଜାତିଗତ ପ୍ରମାଣପତ୍ର । ପ୍ରତ୍ୟେକ ସ୍କୁଲରେ ସ୍ଥାନୀୟ କ୍ୟାମ୍ପ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ପ୍ରମାଣ ପତ୍ର। ସ୍କୁଲ ପରିସରରେ ଏସସି/ ଏସଟି, ଏସଇବିସି, ଓବିସି ସାର୍ଟିଫିକେଟ୍ ସହ ରେସିଡେନ୍ସ ଓ ଇନକମ୍ ସାର୍ଟିଫିକେଟ ଦେବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ରାଜସ୍ବ ସଚିବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଖରା ଛୁଟି ପୂର୍ବରୁ ଏହି ପ୍ରମାଣପତ୍ର କରାଯିବ ବୋଲି କୁହାଯାଇଛି।

ସୂଚନାମୁତାବକ, ପୂର୍ବରୁ ଜାତିଗତ ପ୍ରମାଣପତ୍ର ଆବେଦନ କରିବାର ଦୀର୍ଘ ଦିନ ପରେ ମିଳୁଥିଲା ପ୍ରମାଣପତ୍ର ମାତ୍ର ବର୍ତ୍ତମାନ ଛାତ୍ରଛାତ୍ରୀ ଖୁବ କମ ସମୟ ମଧ୍ୟରେ ଏଭଳି ପ୍ରମାଣପତ୍ର ପାଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.