ETV Bharat / city

‘କୋରୋନା ସମୟର କାର୍ଟୁନ’ ଉନ୍ମୋଚିତ - cartoon in time of corona

ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ‘କୋରୋନା ସମୟର କାର୍ଟୁନ’ ବହି ଉନ୍ମୋଚିତ । ମହାମାରୀ ପରବର୍ତ୍ତୀ ସମସ୍ୟା, ଲକ୍‍ଡାଉନ, ରାଜନୀତି, ସାମାଜିକ ସମସ୍ୟା ଆଦି ବିଭିନ୍ନ ଦିଗକୁ ନେଇ ପ୍ରକାଶିତ କାର୍ଟୁନ ବହିକୁ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ସଙ୍କଳନ କରିଛନ୍ତି । ଅଧିକ ପଢନ୍ତୁ...

‘କୋରୋନା ସମୟର କାର୍ଟୁନ’ ଉନ୍ମୋଚିତ
‘କୋରୋନା ସମୟର କାର୍ଟୁନ’ ଉନ୍ମୋଚିତ
author img

By

Published : Jul 3, 2021, 9:10 PM IST

ଭୁବନେଶ୍ବର: ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନ ପକ୍ଷରୁ ‘କୋରୋନା ସମୟର କାର୍ଟୁନ’ ବହି ଉନ୍ମୋଚିତ ହୋଇଛି । କୋରୋନା ମହାମାରୀ ଆରମ୍ଭ ସମୟରୁ ବିଭିନ୍ନ ପତ୍ରପତ୍ରିକା, ସାମାଜିକ ଗଣମାଧ୍ୟମରେ ପ୍ରକାଶିତ କାର୍ଟୁନକୁ ନେଇ ଏହି ବହି ପ୍ରସ୍ତୁତ କରାଯାଇଛି । ଶନିବାର ଅପରାହ୍ଣରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ଏହାକୁ ଉନ୍ମୋଚନ କରିଛନ୍ତି ।

ମହାମାରୀ ପରବର୍ତ୍ତୀ ସମସ୍ୟା, ଲକଡାଉନ, ରାଜନୀତି, ସାମାଜିକ ସମସ୍ୟା ଆଦି ବିଭିନ୍ନ ଦିଗକୁ ନେଇ ପ୍ରକାଶିତ କାର୍ଟୁନକୁ ପ୍ରଫେସର ଚାଟାର୍ଜୀ ସଙ୍କଳନ କରିଛନ୍ତି । ପାଠ୍ୟକ୍ରମ ସଂଯୋଜକ ଜିତେନ୍ଦ୍ର ପତି ବହିର ଡିଜାଇନ କରିଛନ୍ତି । ବହିଟି ଆଗାମୀ ଦିନରେ ମହାମାରୀ ସମୟର ସମସ୍ୟାକୁ ଜାଣିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.