ଭୁବନେଶ୍ବର: ରାଜ୍ୟରେ ଥିବା ସମସ୍ତ ସରକାରୀ କଲେଜରେ ବନ୍ଦ ହେବ କ୍ୟାରିୟର ଏବଂ କାଉନସେଲିଂ ସେଲ୍। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ଜାରି କରାଯାଇଛି । ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ନେଇ ସଚେତନତା କରିବାକୁ ଖୋଲାଯାଇଥିଲା ଏହି ସେଲ । ହେଲେ ଏହାର ମୂଳ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି ଏହି ସେଲ ।
![Career and counseling cells will be closed by higher education department](https://etvbharatimages.akamaized.net/etvbharat/prod-images/od-bbsr-07-seal-counciling-college-7206049_03022021215829_0302f_1612369709_139.jpg)
କ୍ୟାରିୟର ଏବଂ କାଉନସେଲିଂ ସେଲକୁ ନେଇ ଉଚ୍ଚ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଏହି ସେଲ ନିଜର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିବା ନିଷ୍କର୍ଶ ବାହାରିଥିଲା। ଏଥିପାଇଁ ଏହାକୁ ବନ୍ଦ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହସହ କ୍ୟାରିୟର ଏବଂ କାଉନସେଲିଂ ସେଲ୍ ଦିଆଯାଇଥିବା ଅନୁଦାନକୁ ଫେବ୍ରୁଆରୀ 28 ତାରିଖ ସୁଦ୍ଧା ସମସ୍ତ କଲେଜ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁଭଳି ଭାବରେ ଅନୁଦାନ ଫେରସ୍ତ ହେବ ସେନେଇ ଦୁଇଟି ନିୟମ ମଧ୍ୟ ଦର୍ଶାଯାଇଛି ।
ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଯୋଗୁଁ ରାଜ୍ୟର 52ଟି କ୍ୟାରିୟର ଏବଂ କାଉନସେଲିଂ ସେଲ ବନ୍ଦ ହେବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ