ETV Bharat / city

ଆଜି ଆସିବେ ରାଷ୍ଟ୍ରପତି, ଏମିତି ହୋଇଛି ବ୍ୟବସ୍ଥା

ଆଜି ସଂନ୍ଧ୍ୟାରେ ଓଡିଶା ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଅଗମାନକୁ ଆଖିରେ ରଖି କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ନଜର ରଖିଛି । ଅଧିକ ପଢନ୍ତୁ...

Carcade rehearsal for president visit of odisha
ଆଜି ଆସିବେ ରାଷ୍ଟ୍ରପତି,ଏମିତି ହୋଇଛି ବ୍ଯବସ୍ଥା
author img

By

Published : Mar 20, 2021, 12:26 PM IST

Updated : Mar 20, 2021, 1:31 PM IST

ଭୁବନେଶ୍ବର: ଆଜି ଓଡିଶା ଆସିବେ ରାଷ୍ଟ୍ରପତି। ସନ୍ଧ୍ଯାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଏନେଇ ରାଷ୍ଟ୍ରପତିଙ୍କ ଅଗମାନକୁ ଆଖିରେ ରଖି କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଆଜି ଆସିବେ ରାଷ୍ଟ୍ରପତି,ଏମିତି ହୋଇଛି ବ୍ଯବସ୍ଥା

ତିନିଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାରପୋର୍ଟରୁ ରାଜଭବନ ଗମନାଗମନକୁ ଆଖିଆଗରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିଛି । ଟ୍ରାଫିକ ,ରୁଟ ଲାଇନ ,ଏୟାରପୋର୍ଟ, ରାଜଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହା ସହ ୧୦୦ ରୁ ଅଧିକ ଅଫିସର , ୩୦ପ୍ଲାଟୁନ ଫୋର୍ସ ,ହୋମ ଗାର୍ଡ ଅନ୍ୟ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ୮ଜଣ ଆଡିସିନାଲ ଏସପି ,12 ଏସିପି,17 ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ପାଇଁ ରାଜଭବନ ପରିସରରର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥି ସହ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଥିବା କହିଛନ୍ତି ପୋଲିସ କମିସନର ସୋମେନ୍ଦ୍ର ପ୍ରିୟଦର୍ଶୀ ।

ସୂଚନାଥାଉକି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଗସ୍ତରେ ସେ ରାଉରକେଲାରେ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ଏହାପରେ ରାଉରକେଲାର ବହୁ ପ୍ରତୀକ୍ଷିତ ସୁପର ସ୍ପେସିଆଲିଟି ହସପିଟାଲର ଉଦଘାଟନ କରିବେ । ଏହାପର ଦିନ ଲିଙ୍ଗରାଜ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Mar 20, 2021, 1:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.