ଭୁବନେଶ୍ବର: ଆସନ୍ତା ୭ ତାରିଖରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଖୋର୍ଦ୍ଧା ବରୁଣେଇରେ ପାଇକ ମେମୋରିଆଲରେ ଯୋଗଦେବେ । ଏଥିସହ ବାଣୀବିହାର ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଓଡିଶା ପୋଲିସ ପକ୍ଷରୁ ହୋଇଛି ସମସ୍ତ ପ୍ରସ୍ତୁତି ।
ବ୍ଲୁବୁକ୍ ଅନୁସାରେ ସିକ୍ୟୁରିଟି ବ୍ୟବସ୍ଥା ସହ କାରକେଡର ରିହଲସଲ କରାଯାଇଛି । ଏୟାରପୋର୍ଟରୁ ଖୋର୍ଦ୍ଧା ବରୁଣେଇ, ବାଣୀବିହାର ଓ ରାଜଭବନ ସହ ଯିବାଆସିବା ସମୟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରାଯାଇଛି । ଏନେଇ କେନ୍ଦ୍ରୀୟ ଗୁଇନ୍ଦା ଓ ସୁରକ୍ଷା ଏଜେନ୍ସି ସହ ଆଲୋଚନା କରିଛି କମିସନରେଟ ପୋଲିସ । ତେବେ ୭ ତାରିଖ ସନ୍ଧ୍ୟାରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ରାତିରେ ରାଜଭବନରେ ରାତ୍ରିଯାପନ କରିବେ ଓ ପରେ ୮ ତାରିଖରେ ବରୁଣେଇ ଗସ୍ତ ସହ ବାଣୀବିହାରରେ ଯୋଗଦେବାର କାର୍ଯକ୍ରମ ରହିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ