ETV Bharat / city

ରାଜଧାନୀରେ ଲୁଟେରାଙ୍କ ଉତ୍ପାତ, କାର କାଚ ଭାଙ୍ଗି ନେଇଗଲେ ୧ ଲକ୍ଷ

ରାଜଧାନୀରେ ମାତିଛନ୍ତି ଲୁଟେରା । ଦିନ ଦ୍ବିପହରରେ କାର କାଚ ଭାଙ୍ଗି ଲୁଟିନେଲେ 1ଲକ୍ଷ 20 ହଜାର ଟଙ୍କା । ଅଧିକ ପଢନ୍ତୁ...

କାର କାଚ ଭାଙ୍ଗି ଲୁଟିନେଲେ 1ଲକ୍ଷ
କାର କାଚ ଭାଙ୍ଗି ଲୁଟିନେଲେ 1ଲକ୍ଷ
author img

By

Published : Mar 4, 2021, 8:35 AM IST

ଭୁବନେଶ୍ବର: ରାଜ୍ୟରେ ମାତିଛନ୍ତି ଲୁଟେରା । ଦିନ ଦ୍ବିପହରେ ଲୁଟ । ରାଜଧାନୀର ଶ୍ରୀୟା ଟକିଜରେ ଜଣଙ୍କ କାର ଭାଙ୍ଗି 1ଲକ୍ଷ 20 ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

କାର କାଚ ଭାଙ୍ଗି ଲୁଟିନେଲେ 1ଲକ୍ଷ

ସୂଚନାଅନୁସାରେ, ବିଶ୍ବ ବନ୍ଦିତା ନାମକ ଜଣ ମହିଳା ବ୍ୟାଙ୍କରୁ ଟଙ୍କା ଉଠାଇ ଆଣି ତାଙ୍କ କାରରେ ରଖିଥିଲେ । ମୌକା ଦେଖି ତିନି ଲୁଟେରା ବାଇକରେ ଆସି ତାଙ୍କ କାରର କାଚ ଭାଙ୍ଗି କାରରୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସହିତ 1ଲକ୍ଷ 20 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏ ଘଟଣା ଘଟିଛି ଖାରବେଳ ଥାନା ଶ୍ରୀୟା ଛକ ନିକଟରେ । ଲୁଟେରା ଦଳ ମହିଳାଙ୍କୁ ପିଛା କରି ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି ।

ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜ୍ଜୁ କରିଛି । ଲୁଟେରାଙ୍କୁ କାବୁ କରିବାକୁ ତନଘନା ଆରମ୍ଭ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.