ETV Bharat / city

କାର-ବାଇକ-ଅଟୋ ମୁହାଁମୁହିଁ ଧକ୍କା: 6 ଗୁରୁତର

ରାଜଧାନୀରେ ଶନିବାର ଘଟିଛି ସଡକ ଦୁର୍ଘଟଣା । ଏକକାଳୀନ ମୁହାଁମୁହିଁ ହୋଇଛନ୍ତି କାର, ବାଇକ ଓ ଅଟୋ ।

author img

By

Published : Aug 11, 2019, 6:05 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ସେ ବେପରୁଆ ଗାଡି ଚାଳନା ହେଉ କିମ୍ବା ଅନ୍ୟମନସ୍କତା । ଅକାରଣେ ଚାଲି ଯାଉଛି ଅନେକ ଜୀବନ କିମ୍ବା ପରିବାର ଉପରକୁ ମାଡି ଆସୁଛି ବିବାଦ । ଏପଟେ ରାଜଧାନୀରେ ଶନିବାର ଘଟିଛି ସଡକ ଦୁର୍ଘଟଣା । ଏକକାଳୀନ ମୁହାଁମୁହିଁ ହୋଇଛନ୍ତି କାର, ବାଇକ ଓ ଅଟୋ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଚାର୍ଯ୍ୟବିହାର ଛକରେ ଘଟିଥିବା ଏହି ଦୁର୍ଘଟଣାରେ କାରରେ ଥିବା ସ୍ବାମୀ, ସ୍ତ୍ରୀ ଓ ଛୋଟ ଶିଶୁ ଗୁରୁତର ହୋଇଛନ୍ତି । ଅନ୍ୟପଟେ ବାଇକରେ ଥିବା ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବାର ସହ ଅଟୋ ଚାଳକ ଆହତ ହୋଇଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଛକଠାରୁ ମାତ୍ର 50 ମିଟର ଦୂରରେ ଘଟିଥିବା ଏହି ଦୁର୍ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରାଇଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଛି । ତେବେ କାରଟି ଝାଡଖଣ୍ଡର JH05BP0216 ହୋଇଥିବା ବେଳେ ବାଇକଟି OR02W6414 ଓ ଅଟୋଟି OD33B8627 ହୋଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା କେଉଁ କାରଣରୁ ହୋଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଦୁର୍ଘଟଣାର କରାଳ ରୁପ,
କାର ବାଇକ ସହ ମୁହାଁମୁହିଁ ଅଟୋ
Body:
ରାଜଧାନୀରେ ଅଘଟଣ।ଆଚାର୍ଯବିହାର ଛକରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏକ କାଳିନ ମୁହାଁ ମୁହିଁ ହୋଇଛନ୍ତି କାର ବାଇକ ଓ ଅଟୋ।କାରରେ ଝାରଖଣ୍ଡର ସ୍ବାମି ସ୍ତ୍ରୀ ସହ ଛୋଟ ଶିଶୁ ଗୁରୁତର । ଅନ୍ଯପଟେ ବାଇକରେ ଦୁଇଜଣଙ୍କ ସହ ଅବସ୍ଥା ଗୁରୁତର ସହିତ ଅଟୋ ଚାଳକ ବି ଆହତ। ତେବେ ଛକଠୁ ମାତ୍ର ୫୦ ମିଟର ଦୁରରେ ଏଭଳି ଘଟଣା ସାରା ରାଜଧାନୀରେ ଖେଳାଇଛି ଚାଂଚଲ୍ଯ। ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକ ଙ୍କ ମାଧ୍ଯମରେ ଗୁରୁତର ଓ ଆହାତ କ୍ଯାପିଟାଲ ହସପିଟାଲକୁ କରାଯାଇଛି ସ୍ଥାନାନ୍ତର।ତେବେ କାରଟି ଝାରଖଣ୍ଡର JH 05BP0216 ହୋଇଥିବା ବେଳେ ବାଇକଟି OR 02W6414 ଓ ଅଟୋଟି OD33B8627 ବୋଲି ଜଣାପଡିଛି। ଦୁର୍ଘଟଣା କେଉଁ କାରଣରୁ ଘଟିଛି ତାହା ଜଣା ପଡିନାହିଁ।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.