ETV Bharat / city

ସାଇବର କ୍ରାଇମ ଜାଲରେ ରାଜଧାନୀ, ଆସିଲା ସିମ୍‌ ସ୍ବାପ ଅଭିଯୋଗ

ଦିନକୁ ଦିନକୁ ଯୁଗ ଯେତିକି ଡିଜିଟାଲ ହେଉଛି ସେତିକି ବଢିବାରେ ଲାଗିଛି ସାଇବର କ୍ରାଇମର ପରିମାଣ । ତେବେ ଏହି ସାଇବର କ୍ରାଇମର ଘେରରେ ଏବେ ଆସିଛନ୍ତି ରାଜଧାନୀବାସୀ । ରାତାରାତି ସ୍ବାପ ହେଉଛି ସିମ କାର୍ଡ ଏବଂ ଚୋରି ହେଉଛି ବ୍ୟକ୍ତିଗତ ତଥ୍ୟ ।

author img

By

Published : Aug 12, 2019, 3:10 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ବ୍ୟାପିଛି ସାଇବର କ୍ରାଇମ ଭୟ । ଦିନକୁ ଦିନକୁ ଯୁଗ ଯେତିକି ଡିଜିଟାଲ ହେଉଛି ସେତିକି ବଢିବାରେ ଲାଗିଛି ସାଇବର କ୍ରାଇମର ପରିମାଣ । ତେବେ ଏହି ସାଇବର କ୍ରାଇମର ଘେରରେ ଏବେ ଆସିଛନ୍ତି ରାଜଧାନୀବାସୀ । ରାତାରାତି ସ୍ବାପ ହେଉଛି ସିମ କାର୍ଡ ଏବଂ ଚୋରି ହେଉଛି ବ୍ୟକ୍ତିଗତ ତଥ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏସଯେଏଲ ନାମକ ଏକ ସଂସ୍ଥାର ମୁଖ୍ୟ ଥିବା ଜ୍ୟୋତି ରଞ୍ଜନ ଏନେଇ ଆଣିଛନ୍ତି ଅଭିଯୋଗ । ତାଙ୍କ କହିବା ମୁତାବକ ଶନିବାର ସକାଳେ ହଠାତ୍‌ ତାଙ୍କ ମୋବାଇଲର ନେଟୱାର୍କ ଉଡିଯାଇଥିଲା । ହେଲେ ବନ୍ଧୁ ଓ ପରିବାରବର୍ଗଙ୍କ କହିବା ମୁତାବକ ତାଙ୍କ ନମ୍ବରକୁ କଲ ଗଲେ କେହି କିଛି ନକହି କଲ କାଟି ଦେଉଛନ୍ତି । ସନ୍ଦେହ କରି ଜ୍ୟୋତି ବିଏସ୍‌ଏନଏଲ ଅଫିସ ସହ ଧଉଳି ଥାନାର ସାଇବର ସେଲରେ ଖବର କରିଥିଲେ ।

ତେବେ ତଦନ୍ତରୁ ଜଣା ପଡିଥିଲା କି ଜ୍ୟୋତିଙ୍କ ସିମ୍‌ ସ୍ବାପ କରାଯାଇଛି । ଅର୍ଥାତ ଜ୍ୟୋତିଙ୍କ ନାମ ଓ ବ୍ୟକ୍ତିଗତ ତଥ୍ୟରେ ସିମ୍‌ କାର୍ଡଟି ରେଜିଷ୍ଟର ଥିଲେ ମଧ୍ୟ ଅପରାଧି ସ୍ବାପ କରି ସିମ୍‌କୁ ବ୍ୟବହାର କରୁଛି । ଏହାଦ୍ବାରା ବ୍ୟାଙ୍କରୁ ଟଙ୍କା ମଧ୍ୟ ଚୋରି ହେବାର ଆଶଙ୍କା ରହିଛି ।

ତେବେ କିଛି ସାଇବାର ଅପରାଧିଙ୍କ ଯୋଗୁଁ ବିନା ଆଧାର କାର୍ଡରେ ଅନ୍ୟର ସିମ୍‌ କାର୍ଡକୁ ବ୍ୟବହାର କରି ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଥାଏ । ଫଳରେ ବ୍ୟାଙ୍କରୁ ଟଙ୍କା ଗାଏବ ପରି ଘଟଣା ସାମ୍ନାକୁ ଆସୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ମାତି ଛନ୍ତି ସାଇବର ଠକ, ଉପଭୋକ୍ତାଙ୍କ ଅଜାଣତରେ ସ୍ୱାପ ହେଉଛି ସିମ କାର୍ଡ।

ଦେଶରେ ଯେତିକି ଡିଜିଟାଲ ହେଉଛି , ସାଇବର ଠକ ଅନୁରୂପ ଢଙ୍ଗରେ ମାତିଛନ୍ତି। ଡିଜିଟାଲ ଯୁଗରେ ଉର୍ଣ୍ଣଟି କରାଯାଉଥିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏପରି ଅନେକ ଘଟଣା ରହିଥିବା ବେଳେ ରାଜଧାନୀର ବସିନ୍ଧା ଏପରି ଏକ ଘଟଣାରେ ଠକାମୀ ର ସିକାର ହୋଇଛନ୍ତି।

Body:

ଉପଭୋକ୍ତା ଙ୍କ ରାତାରାତି ସିମ କାର୍ଡ ସ୍ୱାପ ହୋଇଯାଇଛି। ଉପଭୋକ୍ତା ଙ୍କ ପାଖ ରେ ସୀମ କାର୍ଡ ଥିଲେ ମଧ୍ୟ ତାକୁ ଆଉ ଜଣେ ବ୍ୟବହାର କରୁଛି। ମୋବାଇଲ ନମ୍ବର ଏବେ ଆଧାର କାର୍ଡ ଠାରୁ ଆରମ୍ଭ କରି ବ୍ୟାଙ୍କ କାମ ରେ ଲାଗୁଛି। ଏଣୁ ଦୃବୁତ୍ତ ମୋବାଇଲ ଜରିଆରେ କିଛି ଅଅରାଧ ଘଟାଇବାକୁ ଆଶଙ୍କା ରହୁଛି।

ସୂଚନା ମୁତାବକ, ଜୋତିରଞ୍ଜନ ଏସ ଯେ ପିଏଲ ନାମକ ଏକ ସଂସ୍ଥା ର ମୁଖ୍ୟ ଅଟନ୍ତି। ଶନିବାର ସକାଳ ସମୟରେ ତାଙ୍କ ସିମ କାର୍ଡ ନେଟୱାର୍କ ହଠାତ କଟିଯାଇଥିଲା। ଯିଏ ଜୋତି ରଞ୍ଜନ ଙ୍କୁ କଲ କରୁଛନ୍ତି କିଛି ନ କହି କାଟି ଦେଉଛି। ଜୋତି ଙ୍କ ବନ୍ଧୁ ମନେ ଏହି ପରି ଘଟଣା ସମ୍ପର୍କ ରେ କହିବାରୁ ଜୋତି ସନ୍ଦେହ କରି ବିଏସ ଏନ ଏଲ କାର୍ଯ୍ୟାଳୟ ସହ ଧଉଳି ଥାନା ପରେ ସାଇବର ଥାନା ସହ ଯୋଗା ଯୋଗା କରିଥିଲେ। ଯାହା ଫଳରେ କିଛି ସାଇବର ଅପାରାଧି ମନେ ଏପରି ବିନା ଆଧାର କାର୍ଡ ରେ ଅନ୍ୟର ସିମ କାର୍ଡ କୁ ନେଇ ବ୍ୟବହାର କରିବା ସହ ସମସ୍ତ ଡକୁମେଣ୍ଟ ଚୋରି କରୁଛନ୍ତି। ଯାହା ଫଳରେ ବ୍ୟାଙ୍କ ରୁ ଟଙ୍କା ଗାଏବ କରିବାକୁ ସୁବିଧା ହେଉଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.