ETV Bharat / city

ମାଡୁଛି କୋରୋନା: ହଟସ୍ପଟ ତାଲିକାରେ ରାଜଧାନୀ ଭୁବନେଶ୍ବର

author img

By

Published : Apr 15, 2021, 6:02 PM IST

ଭୁବନେଶ୍ବରରେ ମାଳ ମାଳ କୋରୋନା ପଜିଟିଭ । ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅର୍ଥାତ ରାଜଧାନୀ ଭୁବନେଶ୍ବର ଏବେ ହଟସ୍ପଟ ପାଲଟିଛି । ଅଧିକ ପଢନ୍ତୁ...

ଏବେ ହଟସ୍ପଟ ତାଲିକାରେ ରାଜଧାନୀ ଭୁବନେଶ୍ବର
ଏବେ ହଟସ୍ପଟ ତାଲିକାରେ ରାଜଧାନୀ ଭୁବନେଶ୍ବର

ଭୁବନେଶ୍ୱର: ଆଜି (ଗୁରୁବାର) ବି ଭୁବନେଶ୍ବରରେ ମାଳ ମାଳ କୋରୋନା ପଜିଟିଭ । ପ୍ରତିଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅର୍ଥାତ ରାଜଧାନୀ ଭୁବନେଶ୍ବର ଏବେ ହଟସ୍ପଟ ପାଲଟିଛି । ଗୁରୁବାର ଭୁବନେଶ୍ୱରରେ 379 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଏମସି ପ୍ରଶାସନ ।

ଏବେ ହଟସ୍ପଟ ତାଲିକାରେ ରାଜଧାନୀ ଭୁବନେଶ୍ବର

ତେବେ ବିଏମସି କମିଶନର ସାଧାରଣ ଲୋକଙ୍କୁ 6 ମିଟର ସାମାଜିକ ଦୂରତା, ମାସ୍କ ପରିଧାନ କରିବାକୁ ଆହ୍ୱାନ ଦେଇଛନ୍ତି । କୋଭିଡ ଗାଇଡଲାଇନ ପାଳନ କରିବା ବାଧ୍ୟତାମୂଳକ । ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ହେଲେ ଘରୁ ବହାରନ୍ତୁ ନହେଲେ ଘରେ ରୁହନ୍ତୁ ।

ଭୁବନେଶ୍ୱରରେ ୨ ଟି କୋଭିଡ ହସ୍ପିଟାଲ ଚାଲୁ ରହିଛି । ସମ କୋଭିଡ ହସ୍ପିଟାଲରେ 500 ସିଟ, ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ 150 ସିଟର ବ୍ୟବସ୍ଥା ହୋଇଛି । ଗୃହ ସଂଗରୋଧରେ ଥିବା ଆକ୍ରାନ୍ତ ମାନଙ୍କୁ ଆରଆରଟି ଟିମ, ଡାକ୍ତରୀ ଦଳ, ଫୋନ କଲ ମାଧ୍ୟମରେ ତଦାରଖ କରାଯାଉଛି । ବିମାନ ବନ୍ଦର ଓ ରେଲୱେ ଷ୍ଟେସନରେ 24 ଘଣ୍ଟିଆ ଚେକିଂ କଡାକଡି କରାଯାଇଛି । ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.