ଭୁବନେଶ୍ବର: ରାଜଧାନୀରେ ନିଆରା ଢଙ୍ଗରେ ଗଞ୍ଜେଇ ଚାଲାଣ । ପୋଲିସକୁ ଚକମା ଦେଇ ମୁଢି ବେପାରୀ ବେଶରେ ଗଞ୍ଜେଇ ଚାଲାଣ ସମୟରେ ମାଡିବସିଲା ପୋଲିସ(Cannabis Seized From Odisha) ।
ମାମଲାରେ ୨ ଜଣଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସ । ଏଥିସହ ବାଇକ ଏବଂ ଗଞ୍ଜେଇ ବୋଝେଇ ବସ୍ତା ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । ତେବେ ଗିରଫ ଦୁଇ ବେପାରୀ ଓଡିଆ ହୋଇଥିବା ସୂଚନା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ