ETV Bharat / city

ଲୁଗା ବ୍ୟବସାୟୀ ବେଶରେ ଗଞ୍ଜେଇ ବେପାରୀ, ବରମୁଣ୍ଡା ବସଷ୍ଟାଣ୍ଡରୁ 2 ଗିରଫ - ବେପାରୀ ବେଶରେ ଗଞ୍ଜେଇ ଚାଲାମକାରୀ

ଭୁବନେଶ୍ବରରେ ଲୁଗାବେପାରୀ ବେଶରେ ମାତିଛନ୍ତି ଗଞ୍ଜେଇ ବେପାରୀ । ଚଢାଉ କରି 2 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଲୁଗା ବ୍ୟବସାୟୀ ବେଶରେ ଗଞ୍ଜେଇ ବେପାରୀ, ବରମୁଣ୍ଡା ବସଷ୍ଟାଣ୍ଡରୁ 2 ଗିରଫ

author img

By

Published : Dec 26, 2020, 8:06 PM IST

ଭୁବନେଶ୍ବର: ଅବକାରୀ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲେ ମଧ୍ୟ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ଗଞ୍ଜେଇ ବେପାରୀ । ଏହି ପରିପ୍ରେକ୍ଷୀରେ ଲୁଗା ବେପାରୀ ବେଶରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପୋଲିସ ସେମାନଙ୍କ ଠାରୁ 21 କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁଯାୟୀ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ କଡରେ ଲୁଗା ବେପାରୀ ବେଶରେ ଗଞ୍ଜେଇ ବେପାର ଚାଲୁଥିଲା । ଏକ ବସକୁ ଅପେକ୍ଷା କରି ବଡ ଧଳାରଙ୍ଗର ଲୁଗା ପ୍ଯାକେଟ ପରି ଦେଖାଯାଉଥିବା ଗଞ୍ଜେଇ ଚାଲାଣ ପାଇଁ ଯୋଜନା କରୁଥିଲେ ଦୁଇଜଣ ବ୍ୟକ୍ତି । ଏମାନଙ୍କୁ କୌଣସି ଅଟୋରେ ଯିବାକୁ କହିବାରୁ ମନା କରୁଥିଲେ । ଏହିସମୟରେ ଜଣେ ଅଟୋ ଡ୍ରାଇଭର ତାଙ୍କ ବସ୍ତା ଧରିବାକୁ ଉଦ୍ଯମ କରିବାରୁ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏନେଇ ସନ୍ଦେହ ହେବାରୁ କୌଣସି ଏକ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଟିମ ପହଞ୍ଚି ୨୧ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କଠୁ ଗିରଫ କରିଛି । ଗିରଫ ଦ୍ବୟ ବିରେନ୍ଦ୍ର ପ୍ରସାଦ ସିଂ ସମସ୍ତିପୁର ବିହାର, ଅନ୍ଯଜଣେ ରାଧେଶ୍ଯାମ ଝା ବେଗୁସରାଇ ବିହାରର ବୋଲି ଜଣାପଡିଛି । କମିସନରେଟ ପୋଲିସ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.