ETV Bharat / city

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ନେଇ ବଢୁଛି ଚାପ: AAPର କ୍ୟାଣ୍ଡେଲ ମାର୍ଚ୍ଚ, ବାଣୀବିହାରରେ ABVPର ବିକ୍ଷୋଭ - କଳାହାଣ୍ଡି ଶିକ୍ଷୟତ୍ରୀ ହତ୍ୟାକାଣ୍ଡ

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗରେ ଶିକ୍ଷୟିତ୍ରୀ ମମିତା ଅପହରଣ ଓ ହତ୍ୟା ଘଟଣାରେ ଜୋର ଧରୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି । ରାଜଧାନୀରେ କ୍ୟାଣ୍ଡେଲ ମାର୍ଚ୍ଚ କଲା ଆମ୍ ଆଦମୀ ପାର୍ଟି । ବାଣୀବିହାରରେ ବିଶ୍ବ ବିଦ୍ୟାଳୟ ଫାଟକ ସମ୍ମୁଖରେ ABVPର ପ୍ରତିବାଦ । ଅଧିକ ପଢନ୍ତୁ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ନେଇ ବଢୁଛି ଚାପ, କ୍ୟାଣ୍ଡେଲ ମାର୍ଚ୍ଚ କଲା APP,  ବାଣିବିହାରରେ ବିକ୍ଷୋଭ କଲା ABVP

author img

By

Published : Oct 20, 2021, 9:59 PM IST

ଭୁବନେଶ୍ବର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗର ସନସାଇନ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡରେ ବଢିବାରେ ଲାଗିଛି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି । ଘଟଣାରେ ସମ୍ପୃକ୍ତି ନେଇ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି । କେବଳ ଜଣେ ଶିକ୍ଷୟିତ୍ରୀ ନୁହଁନ୍ତି, ଏହି ବିଦ୍ୟାଳୟରେ ଚାଲିଥିବା ଯୌନ କେଳେଙ୍କାରୀର ଅନେକ ଅଭିଯୋଗ ସାମନାକୁ ଆସିଛି ବୋଲି ଦଳ ଅଭିଯୋଗ କରିବା ସହ ଘଟଣାରେ ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହ ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ନେଇ ବଢୁଛି ଚାପ, କ୍ୟାଣ୍ଡେଲ ମାର୍ଚ୍ଚ କଲା APP, ବାଣିବିହାରରେ ବିକ୍ଷୋଭ କଲା ABVP

ଏହି ଘରୋଇ ବିଦ୍ୟାଳୟକୁ 5ବର୍ଷ ମଧ୍ୟରେ 17 ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମିଳିଛି । ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବିଦ୍ୟାଳୟରେ ବହୁବାର ରାତ୍ରୀଯାପନ ଏବଂ ପୋଲିସ ହେପାଜତରୁ ଅଭିଯୁକ୍ତ ଗୋବିନ୍ଦ ଫେରାର ହେବା ଘଟଣା ସାଧାରଣରେ ବଡ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି କହିଛି AAP ।

ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଉତ୍କଳ ବିଶ୍ବବିଦ୍ୟାଳୟ ଶାଖା ଓ ବିଶ୍ଵବିଦ୍ୟାଳୟ ଛାତ୍ର ସଂଗଠନ ପକ୍ଷରୁ ମଧ୍ୟ ଘଟଣାକୁ ନେଇ କ୍ୟାମ୍ପସରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ରାଜ୍ୟର ଜଣେ ଆଗଧାଡିର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟେକ୍ଷ ସମ୍ପର୍କ ରହିଛି । ପୀଡିତାଙ୍କୁ ନ୍ୟାୟ ସହ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର କରିବା ଦାବି କରିଛି ସଂଗଠନ । ଆଜି ବିଶ୍ବବିଦ୍ୟାଳୟର ABVP ଶାଖା ତରଫରୁ ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ନାରବାଜି କରାଯାଇଥିଲା ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.