ETV Bharat / city

କୋଭିଡ ଯୋଗୁଁ ବାତିଲ ହେଉଛି ବିମାନ, ଯନ୍ତ୍ରଣାରେ ଯାତ୍ରୀ

author img

By

Published : Aug 18, 2020, 7:15 PM IST

Updated : Aug 18, 2020, 7:32 PM IST

ଏବେ ବି ସାରା ଦେଶରେ ରେଳ ଓ ବିମାନ ସେବା ଉପରେ କଟକଣା ରହିଛି । ଯେଉଁଥିପାଇଁ ଯାତ୍ରୀମାନେ ଯାତାୟତରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତତକାଳ ସେବା ରୂପେ ବିମାନ ସେବା ଅଧିକ ଆଦୃତ ରହିଥିଲେ ବି କୋଭିଡ ପାଇଁ ଅନେକ ସମୟରେ ବିମାନକୁ ମଧ୍ୟ ବାତିଲ କରି ଦିଆଯାଉଛି ।

Cancellation flight
ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ

ଭୁବନେଶ୍ବର: ମହାମାରୀ କୋଭିଡ-19 ସମୟରେ ବିମାନ ଗୁଡିକ ବାତିଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତେଜିବାରେ ଲାଗିଛି ଅସନ୍ତୋଷ । କୋରୋନାକୁ ନେଇ ସାରା ବିଶ୍ବ ଏବେ ଚିନ୍ତିତ ଥିବାବେଳେ ଯାତାୟତ ସେବାରେ ମଧ୍ୟ କୋରୋନାର ପ୍ରଭାବ ପଡିଛି । କୋଟିକୋଟି ସାଧାରଣ ଜୀବନ ଯାପନରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଏକ ତତକାଳୀନ ଯାତ୍ରା ପାଇଁ ବିମାନ ସେବା ମଧ୍ୟ ଲୋକଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିଛି ।

କୋଭିଡ ଯୋଗୁଁ ବାତିଲ ହେଉଛି ବିମାନ, ଯନ୍ତ୍ରଣାରେ ଯାତ୍ରୀ

କୋରୋନାରେ ଅନେକ ଦେଶରେ ବିମାନ ସେବାକୁ ଏକ ଜରୁରୀକାଳୀନ ସେବାରୁ ବନ୍ଦ କରି ଦିଆଯାଇ ଥିବାବେଳେ ଲକଡାଉନ ପରେ ଏବେ ଅନେକ ଦେଶରେ ବିମାନ ସେବା ଆରମ୍ଭ ହୋଇଛି । ଯାହା ଯାତ୍ରୀଙ୍କ ପ୍ରତି ଅନେକ ଅସନ୍ତୋଷ ପ୍ରକାଶ ପାଉଛି । ଭୁବନେଶ୍ବରରୁ ଦେଶର ଅନେକ ବଡ ବଡ ସହରକୁ ଯାତ୍ରା କରିଥାଏ ବିମାନ । ଯେମିତି କି ଭୁବନେଶ୍ବରରୁ-ବାଙ୍ଗାଲୋର, ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ ହାଇଦ୍ରାବାଦ, କୋଲକତା ଆଦି ଅଞ୍ଚଳକୁ ଯାତ୍ରା କରିଥାଏ ।

ଅନ୍ୟ ସହରକୁ ମଧ୍ୟ ବିମାନ ସେବା ଯୋଗାଇ ଦିଆଯାଉଛି କିନ୍ତୁ, କୋଭିଡ ସମୟ ପାଇଁ ଏହାକୁ ଅନେକ ସ୍ତରରେ ବାତିଲ କରି ଦିଆଯାଇଛି । ଭୁବନେଶ୍ବରରୁ ଅନ୍ୟ ସହରକୁ 8 ଟି କମ୍ପାନୀର ବିମାନ ଯାତାୟାତ କରୁଛି । ଯାହା ଅନେକ ସମୟରେ ମଧ୍ୟ ବାତିଲ କରିଦିଆଯାଉଛି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ହେବାରେ ଲାଗିଛି ଅସନ୍ତୋଷ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 18, 2020, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.