ଭୁବନେଶ୍ବର: କଲରାପତରିଆ ବାଘର ମୃତ୍ୟୁ ଖବର ଏବେ ଅଧିକ ଆସୁଛି । ଏଥିପାଇଁ କ୍ୟାମେରା ଟ୍ରାପ ବ୍ୟବସ୍ଥା କରାଯିବ । ବାଘ ଏବଂ ହାତୀଙ୍କ ଭଳି କଲରାପତରିଆକୁ ମଧ୍ୟ ସୁରକ୍ଷା ଦିଆଯିବ। ଏହାକୁ ଅଧିକ ସୁଦୃଢ କରାଯିବା ଆବଶ୍ୟକ । ଯେଉଁଠାରେ ଅଧିକ କଲରାପତାରିଆ ବାଘ ଅଛନ୍ତି ସେଠାରେ ମନିଟରିଂ କରାଯିବ, ଷ୍ଟାଫଙ୍କୁ ଟ୍ରେନିଂ ଦିଆଯିବ ଏବଂ କ୍ୟାମେରା ଟ୍ରାପ କରାଯାଉଛି ବୋଲି କହିଛନ୍ତି ବନ୍ୟଜନ୍ତୁ(Wild Life) ପିସିସିଏଫ ଶଶୀ ପଲ ।
ସେ ଏ ନେଇ କହିଛନ୍ତି ଯେ, " ବାଘ ଏବଂ ହାତୀକୁ ଯେଉଁଭଳି ସୁରକ୍ଷା ଯୋଗାଉଛୁ କଲରାପତରିଆକୁ ସୁରକ୍ଷା ଦେବାର ଆମ ପାଖରେ ସେପରି ସାଧନ ନାହିଁ । ଏହାକୁ ଆମେ ଅଧିକ ସୁଦୃଢ କରିବୁ 10ଟା ଡିଭିଜନ ଚି଼ହ୍ନଟ ହୋଇଛି । ଯେଉଁଠି ଅଧିକ କଲରାପତରିଆ ଅଛନ୍ତି ସେଠାରେ ମନିଟରିଂ କରାଯିବ । ଷ୍ଟାଫଙ୍କୁ ଟ୍ରେନିଂ ଦିଆଯିବ ଏବଂ କ୍ୟାମେରା ଟ୍ରାପ କରାଯାଉଛି । ଅନେକ ମାତ୍ରାରେ ଚମଡା ଗୁଡିକ ଧରାଯାଉଛି, କିନ୍ତୁ ଆମେ ଜାଣି ପାରୁନାହୁଁ ବାଘ ବା କଲରା ପତରିଆଟି କେଉଁ ଅଞ୍ଚଳର ? ରାଜ୍ୟ ଭିତରର ନା ରାଜ୍ୟ ବାହାରୁ ଆସୁଛି ।"
ବୈଜ୍ଞାନିକ କାରଣ ଅନୁଯାୟୀ ବିଭାଗ ନିକଟରେ କୌଣସି ସାଧନ ନାହିଁ । କେବଳ DNA ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏହାଦ୍ବାରା ବାଘ ଗୁଡିକର ଡିଏନଏ ସାମ୍ପଲ ସଂଗ୍ରହ କରି ରଖାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ବାଘ ଛାଲ ଧରା ହେଲେ ଏହାକୁ ମ୍ୟାଚ କରି ଜଣାଯାଇପାରିବ ବାଘଟି କେଉଁ ଅଞ୍ଚଳର । ମହାବଳ ବାଘର ଛାଲ ଯେଉଁ ଜାଗାରୁ ଆସିଛି ବୋଲି କୁହାଯାଉଛି, ସେ ଅଞ୍ଚଳରେ ବାଘର ଗତିବିଧିର କୌଣସି ସୂଚନା ନ ଥିଲା ।
କିନ୍ତୁ ଅଭିଯୁକ୍ତ ଉକ୍ତ ଅଞ୍ଚଳରୁ ମହାବଳ ବାଘର ଛାଲ ସଂଗ୍ରହ କରିଛି ବୋଲି କହିଥିଲା । ତେବେ ତାକୁ ରିମାଣ୍ଡରେ ଅଣାଯାଇ ବାଘର ମୃତଦେହକୁ ଉଦ୍ଧାର କଲେ ଏ ସମ୍ପର୍କରେ ବିଭାଗ କିଛି କହିପାରିବ ବୋଲି ପିସିସିଏଫ ଶଶୀ କହିଛନ୍ତି । ଛାଲ ଜବତ ହୋଇଛି, କିନ୍ତୁ ବାଘ ଏଠିକାର ନା ବାହାରୁ ଆସିଛି ସେ ନେଇ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ