ETV Bharat / city

CAG Report: ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ - ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ପ୍ରଦାନ କରାଯାଇଛି ସିଏଜି ରିପୋର୍ଟ । ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ସିଏଜି ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଏହା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ  ପ୍ରଦାନ
ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ
author img

By

Published : Apr 20, 2022, 10:16 PM IST

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଆଜି ପ୍ରଦାନ କରାଯାଇଛି ସିଏଜି ରିପୋର୍ଟ । ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ସିଏଜି ରିପୋର୍ଟ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନରେ ରାଜ୍ୟପାଳଙ୍କୁ ଏହା ପ୍ରଦାନ କରିଛନ୍ତି ।

ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ 2019-20 ସମାପ୍ତ ବର୍ଷ ପାଇଁ ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ- 3 ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଓଡିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟପାଳଙ୍କ ସହ ଔନପଚାରିକ ଭାବେ ଓଡିଶାର ପ୍ରଧାନ ମହାଲେଖାକାର ଆଲୋଚନା କରିଛନ୍ତି ।

ଏହି ଅବସରରେ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ଅଡିଟ ରିପୋର୍ଟ ପ୍ରସ୍ତୁତିରେ ପ୍ରାସଙ୍ଗିକ ଓ ନିର୍ଭର ଯୋଗ୍ୟ ସୂଚନା ସହ ଏକ ସ୍ବଚ୍ଛ ଓ ଗୁଣାତ୍ମକ ରିପୋର୍ଟ ପ୍ରସ୍ତୁତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ସେ ସୂଚନା ପ୍ରଦାନ କରିଛନ୍ତି । ରିପୋର୍ଟ ପ୍ରଦାନ ସମୟରେ ଉପ ମହଲେଖାକାର ପ୍ରିନସନ ଭର୍ଗିଜ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.