ETV Bharat / city

CAG Report: ହିନ୍ଦୁ ମନ୍ଦିର ପ୍ରତି କାହିଁକି ଚରମ ଅବହେଳା ?

author img

By

Published : Dec 11, 2021, 8:28 PM IST

ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାରଙ୍କ କହିଛନ୍ତି ସିଏଜି ରିପୋର୍ଟରେ ହିନ୍ଦୁ ମନ୍ଦିରକୁ ଚରମ ଅବହେଳା ଓ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

CAG Report
CAG Report

ଭୁବନେଶ୍ବର: ସିଏଜି ରିପୋର୍ଟ (CAG Report) ରେ ରାଜ୍ୟ ସରକାରଙ୍କ ଆର୍ଥିକ ଅନିୟମିତତା ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ସାଧାରଣ ସଂପାଦିକ ଲେଖାଶ୍ରୀ (Odisha bjp General secretary Lekhashree Samant Singhar) ସାମନ୍ତସିଂହାରଙ୍କ କହିଛନ୍ତି ସିଏଜି ରିପୋର୍ଟରେ ହିନ୍ଦୁ ମନ୍ଦିରକୁ ଚରମ ଅବହେଳା ଓ ଅସମ୍ମାନ କରିଛନ୍ତି ରାଜ୍ୟ ସରକାର। ଯାହା ହିନ୍ଦୁ ମାନଙ୍କୁ କୋଠାରଘାତ କରିଛି । ଏହା ପଛରେ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ସେ ।

CAG Report : ହିନ୍ଦୁ ମନ୍ଦିର ପ୍ରତି କାହିଁକି ଚରମ ଅବହେଳା?

ଲେଖାଶ୍ରୀ ସାଂଘାତିକ ଅଭିଯୋଗ କରି କହିଛନ୍ତି ନିକଟରେ ରତ୍ନ ଭଣ୍ଡାର ଘଟଣା ସ୍ପଷ୍ଟ କଲା ରାଜ୍ୟ ସରକାର ଲୋକଙ୍କୁ ମିଛ କହିଛନ୍ତି। ଓଡିଶାର 12 ଟି ମନ୍ଦିରକୁ ନେଇ ସିଏଜି ଅଡିଟ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁସାରେ ରାଜ୍ୟ ସରକାର ନିଜେ ହିଁ ନିଜର ଏଣ୍ଡୋମେଣ୍ଟ ଆଇନକୁ ନିଜେ ଭାଙ୍ଗିଛନ୍ତି। 1951 ଏଣ୍ଡୋମେଣ୍ଟ ଆଇନ ଅନୁସାରେ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଏକ ଟ୍ରଷ୍ଟ ବୋର୍ଡ ରହିବ । ସମସ୍ତ ଆୟ ବ୍ୟୟ ଏବଂ ସମ୍ପତ୍ତିର ହିସାବ ସହ ଅଡିଟ ହେବ । ହେଲେ ଏପର୍ଯ୍ୟନ୍ତ ରାଜ୍ୟ ସରାକର କେଉଁଠି ବି ଟ୍ରଷ୍ଟ ବୋର୍ଡ ଗଠନ କଲେନି ସବୁଠି ଜିଲ୍ଳାପାଳ ଏବଂ ଉପଜିଲ୍ଲାପାଳଙ୍କୁ ଦାୟୀତ୍ୱ ଦେଇଛନ୍ତି । ସେମାନେ ମନ ଇଛା ନିଷ୍ପତ୍ତି ନେଉଛନ୍ତି ଏବଂ କାରବାର କରୁଛନ୍ତି। ମନ୍ଦିରର ସଂପତ୍ତିକୁ ନିଜ ପୈତୃକ ସଂପତ୍ତି ଭାବିଛନ୍ତି କି ସରକାର ବୋଲି ପ୍ରଶ୍ନ କଲା ବିଜେପି। କେବେଳ ରତ୍ନ ଭଣ୍ଡାର ନୁହେଁ ଆଖଣ୍ଡଳମଣି ମନ୍ଦିର ଭଣ୍ଡାର ଚାବି ବି ନାହିଁ। ଗୁରୁତ୍ଵପୂର୍ଣ୍ଣ କଥା ହେଲା ଜମି ଗୁଡିକର ବି ହିସାବ ନାହିଁ ସରକାରଙ୍କ ପାଖରେ । ଢେଙ୍କାନାଳରେ ଏକର ହଜାର ଏକର ଦେଵୋତ୍ତର ଜମି ଜବରଦଖଲ ହୋଇଛି। ସେ ଜମି କେମିତି ଫେରିବ ସେ ନେଇ ବି କୌଣସି ବ୍ୟବସ୍ଥା କରୁ ନାହାନ୍ତି।

ସେହିପରି ରାଜାଧାନୀରେ ଗୌତମନଗରରେ ଲିଙ୍ଗରାଜଙ୍କ 6 ଏକର ଜମି ବି ଜବରଦଖଲ 1995 ରୁ ଥିଲା ବେଳେ ଏବେ ସୁଦ୍ଧା ମଧ୍ୟ ଫେରାଇ ଆଣି ପାରିଲେ ନାହିଁ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ବହୁ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ ହୋଇଥିଲେ ମଧ୍ୟ ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି କାଗଜପତ୍ର ନାହିଁ । କି ସେ ବାବଦ ଅର୍ଥ କେଉଁଠିକୁ ଆସୁଛି କିଏ ନେଉଛି ସେ ତଥ୍ୟ ବି ନାହିଁ । 1 କୋଟିରୁ ଅଧିକ ଟଙ୍କା ଚଳୁ ହୋଇଥିବା ମଧ୍ୟ ସିଏଜି ଦର୍ଶାଇଛନ୍ତି । 12 ଶହ କୋଟି ଟଙ୍କାର କୌଣସି ହିସାବ ରାଜ୍ୟ ସରକାର ଦେଇ ନାହାନ୍ତି। ଇନ୍ଦ୍ରାଣୀ ମାଇନ୍ସକୁ 356 କୋଟି ଟଙ୍କାର ଅନୁକମ୍ପା ଦେଖାଇ ଆଦାୟ କରୁ ନାହାନ୍ତି ସରକାର । ଏହା ବାଦ ରାଜ୍ୟରେ 456 କୋଟି ଟଙ୍କାର ଖଣି ଦୁର୍ନୀତି ସିଏଜି ସାମ୍ନକୁ ଆଣିଛନ୍ତି । ଏହା ଛଡା ଅଙ୍ଗନୱାଡିରେ ଦେଢ କୋଟି ଟଙ୍କାର ଖାଦ୍ୟ ଦୂର୍ନୀତି। ଏମିତି ସିଏଜିର ଅନେକ ଦିଗକୁ ନେଇ ମଧ୍ୟ ସରାକାରଙ୍କୁ ଟାର୍ଗେଟ କରିଛି ବିଜେପି। ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାର ତ୍ରୁଟି ସାମ୍ନାକୁ ଆସିଛି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.