ETV Bharat / city

ପଞ୍ଚାୟତ, ପୌର ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର - ନୀବନ ପଟ୍ଟନାୟକ ଖବର

5 ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର । ପଞ୍ଚାୟତ ଆଇନ ସଂଶୋଧନ ଓ ପୌର ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ସୂଚନା । ଅଧିକ ପଢ଼ନ୍ତୁ...

ପଞ୍ଚାୟତ ଓ ପୌର ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର

author img

By

Published : Sep 1, 2021, 10:23 PM IST

Updated : Sep 1, 2021, 10:32 PM IST

ଭୁବନେଶ୍ବର: 5 ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିଲା ରାଜ୍ୟ କ୍ୟାବିନେଟ ମୋହର । ପଞ୍ଚାୟତ ଆଇନ ସଂଶୋଧନ ଓ ପୌର ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ସୂଚନା । ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ସୂଚନା । ଜିଲ୍ଲା ପରିଷଦ, ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ସୂଚନା ।

ବିଧାନସଭା ଚାଲିଥିବାରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନି । ପଞ୍ଚାୟତର 3ଟା ଆଇନର ସଂଶୋଧନ ଓ 2ଟି ପୌର ଆଇନର ସଂଶୋଧନକୁ ମିଳିଲା ଅନୁମୋଦନ । ଉଭୟ ନିର୍ବାଚନରେ ୫୦% ସଂରକ୍ଷଣ ସୀମା ହଟାଇବା ନେଇ ଆବଶ୍ୟକ ସଂଶୋଧନ ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରାଯିବ ନାହିଁ । ଏଥିପାଇଁ ଆବଶ୍ୟକ ହେଉଥିବା ସଂଶୋଧନକୁ ମଧ୍ୟ କ୍ୟାବିନେଟରେ ମଞ୍ଜୁରି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି (ବୁଧବାର) ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲା ଏହି କ୍ୟାବିନେଟ ବୈଠକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2021, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.