ETV Bharat / city

ବାଜିଲା ବିଜେପୁର ବିଗୁଲ, 21ରେ ଭୋଟ

ଆସନ୍ତା ଅକ୍ଟୋବର 21 ତାରିଖରେ ହେବ ବିଜେପୁର ଉପନିର୍ବାଚନ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ(ସିଇସି)। ସେପ୍ଟେମ୍ବର 23ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି ।

author img

By

Published : Sep 21, 2019, 1:25 PM IST

Updated : Sep 21, 2019, 3:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର : ଆସନ୍ତା ଅକ୍ଟୋବର 21 ତାରିଖରେ ବରଗଡର ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ହେବ ଉପ ନିର୍ବାଚନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ(ସିଇସି)। ଓଡିଶା ସମେତ ଅନ୍ୟ 18ଟି ରାଜ୍ୟର ମୋଟ 64ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ।

ଅକ୍ଟୋବର 21ରେ ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସେପ୍ଟେମ୍ବର 23ରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ କମିଶନ। ସେହିପରି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ 30 ସେପ୍ଟେମ୍ବର ରହିଛି। ଅକ୍ଟୋବର ପହିଲାରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି 3 ଅକ୍ଟୋବର। ଆସନ୍ତା ମାସ 24 ତାରିଖରେ ପ୍ରକାଶ ପାଇବ ଏହି ଉପନିର୍ବାଚନର ଫଳାଫଳ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ତାରିଖର ଘୋଷଣା ହୋଇସାରିଛି । ଆସନ୍ତା 23ରେ ବିଜ୍ଞପ୍ତି ଜାରି ହେବାକୁ ଥିବା ବେଳେ ଅକ୍ଟୋବର 21 ତାରିଖରେ ଭୋଟ ଗ୍ରହଣ ହେବ । ନିର୍ବାଚନରେ ପ୍ରଥମଥର ପାଇଁ ଏମ 3 ଇଭିଏମ ବ୍ୟବହାର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।

ବିଜେପୁର ଉପନିର୍ବାଚନ ପାଇଁ 258ଟି ବୁଥରେ 1400 ପୋଲିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ କ୍ଷେତ୍ରରେ ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୩୨ହଜାର ୫୦୦ ଥିବାବେଳେ ପୁରୁଷ ଭୋଟର ୧ଲକ୍ଷ ୧୯ ହଜାର ୯୧୬ ଓ ମହିଳା ଭୋଟର ୧ଲକ୍ଷ ୧୨ହଜାର ୭୪ ଜଣ ରହିଛନ୍ତି । ନିର୍ବାଚନରେ ମତ ଗ୍ରହଣ ପାଇଁ ୫୭୦ ଇଭିଏମ୍ ବ୍ୟବହାର କରାଯିବା ନେଇ ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 21, 2019, 3:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.