ଭୁବନେଶ୍ବର: ରାଜ୍ୟର ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି । ଆସନ୍ତାକାଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବେ ।
ତେବେ ସେ ଭର୍ଚୁଆଲ ରାଲି କରିବେ ବୋଲି ଜଣାପଡିଛି । ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ଥିବାବେଳେ ଅକ୍ଟୋବର 29 ତାରିଖରେ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲି କରିବେ ମୁଖ୍ୟମନ୍ତ୍ରୀ ।
ରାଲିରେ ସେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେବେ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ନେଇ ବିଜୟର ମନ୍ତ୍ର ଫୁଙ୍କିବେ । ସେପଟେ ଭର୍ଚୁଆଲ ରାଲି ହେଉ କି ଅନ୍ୟ ମାଧ୍ୟମ ନବୀନ ହିଁ ଏକମାତ୍ର ଷ୍ଟାର ବୋଲି କହିଛି ଦଳ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ