ETV Bharat / city

ଭୁଶୁଡିଲା ନିର୍ମାଣାଧୀନ କୋଠାର ସିଡି, ଗୁରୁତର ୨ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି

author img

By

Published : Aug 11, 2020, 10:30 PM IST

ରାଜଧାନୀରେ ଅଘଟଣ । ଲକ୍ଷ୍ମୀସାଗର ଛକରେ ଥିବା ମେଟ୍ରୋ ଷ୍ଟୁଡିଓ ଲେନର ବିମଳ ପଟ୍ଟନାୟକଙ୍କ କୋଠାର ସିଡି ଘର କାମ ଚାଲିଥିବା ବେଳେ ସିଡିଟି ଭୁଶୁଡି ପଡିଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦୁଇ ଶ୍ରମିକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

Building stair collapsed at Bhubhaneswar
ଭୁଷୁଡିଲା ନିର୍ମାଣଧୀନ କୋଠାର ସିଡି, ଗୁରୁତର ୨ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଗଲେ ଶ୍ରମିକ । ନିର୍ମାଣାଧୀନ କୋଠାର ସିଡି ଭୁଶୁଡି ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି । ଲକ୍ଷ୍ମୀସାଗର ଛକରେ ଥିବା ମେଟ୍ରୋ ଷ୍ଟୁଡିଓ ଲେନର ବିମଳ ପଟ୍ଟନାୟକଙ୍କ କୋଠାର ସିଡି ଘର କାମ ଚାଲିଥିବା ବେଳେ ସିଡିଟି ଭୁଶୁଡି ପଡିଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଦୁଇ ଶ୍ରମିକ ଆହତ ହୋଇଛନ୍ତି । ଆହତ 2 ଜଣ ହେଲେ ପଟିଆର ପୂର୍ଣ୍ଣଚନ୍ଦ୍ର ଟୁଡୁ ଓ ସୁନିଲ ସାହୁ ।

ପୂର୍ଣ୍ଣଚନ୍ଦ୍ରଙ୍କ ଅଣ୍ଟାରେ ଗୁରୁତର ଭାବେ ଆଘାତ ଲାଗି ଅଣ୍ଟାହାଡରେ ସମସ୍ୟା ଦେଖା ଦେଇଥିବା ସୂଚନା ରହିଛି । ଅନ୍ୟପଟେ ଆଉ ଜଣେ ଶ୍ରମିକ ସୁନିଲଙ୍କ ଗୋଡ ଓ ଛାତିରେ ଗୁରୁତର ଆଘାତ ଲାଗିଛି । ସିମେଣ୍ଟ ସେଣ୍ଟ୍ରିଂ ମଧ୍ୟରୁ 2 ଜଣଙ୍କୁ ଉଦ୍ଧାର ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି ।

ହେଲେ ବିଡମ୍ବନାର ବିଷୟ ଏତେ ବଡ ଅଘଟଣ ପରେ କମିଶନରେଟ ପୋଲିସ ପାଖରେ କୌଣସି ସୂଚନା ନଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଠିକାଦାର ଓ ଘର ମାଲିକ ଏନେଇ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏକ ବଡ ଅଘଟଣ ପୁର୍ବରୁ କାହିଁକି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା ? ଯଦି କୌଣସି ଅଘଟଣ ଘଟିଥାନ୍ତା ଏଥିପାଇଁ କିଏ ଦାୟୀ ହୋଇଥାନ୍ତେ ? ସେ ନେଇ ବଡ ପ୍ରଶ୍ନ ଉଠିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.