ETV Bharat / city

ବଜେଟ ଅଧିବେଶନ: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ 63 କୋଟି

author img

By

Published : Feb 23, 2021, 10:50 AM IST

ଚଳିତ ବଜେଟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ 63 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅଧିକ ପଢନ୍ତୁ...

ବଜେଟ ଅଧିବେଶନ
ବଜେଟ ଅଧିବେଶନ

ଭୁବନେଶ୍ବର: ରାଜ୍ୟ ବିଧାନସଭାରେ ଆଗତ ହୋଇଛି ଚଳିତ ବର୍ଷର ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିଛନ୍ତି । ତେବେ ଏଥିରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ପାଇଁ 63 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଏଥିରେ ପ୍ଲାନେଟୋରିଅମ ଓ ସଂଗ୍ରହାଳୟଗୁଡିକର ଉନ୍ନତିକରଣ ପାଇଁ 20 କୋଟି, ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଏବଂ ଆଞ୍ଚଳିକ ତଥା ଜିଲ୍ଲାସ୍ତରୀୟ ବିଜ୍ଞାନ କେନ୍ଦ୍ର ପାଇଁ 16 କୋଟିର ବ୍ୟୟବରାଦ ହୋଇଛି । ସେହିପରି ଜୈବ ପ୍ରଯୁକ୍ତି ବିଦ୍ୟାର ବିକାଶ ପାଇଁ ସରକାର 8କୋଟିର ବ୍ୟୟବରାଦ କରିଛନ୍ତି ।

ଅନ୍ୟପଟେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପାଇଁ 1 ଶହ 99 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିରେ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବିକାଶ ଓ ସଂଯୋଗୀକରଣ ପାଇଁ 1 ଶହ 11 କୋଟି ଟଙ୍କା, ଆଇଟି ପାର୍କ ଓ ଟାୱାର ପ୍ରତିଷ୍ଠା ପାଇଁ 19 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ ସେବା ପାଇଁ 21 କୋଟି ଏବଂ ଆଇଆଇଆଇଟି, ଭୁବନେଶ୍ବର ପାଇଁ 13 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.