ETV Bharat / city

Budget Session: ଗୃହରେ ଶୋକ ପ୍ରସ୍ତାବ ଆଗତ - ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଶୋକ ପ୍ରସ୍ତାବ ଆଣିଛନ୍ତି । ଅଧିକ ପଢନ୍ତୁ

Budget Session: ଗୃହରେ ଶୋକ ପ୍ରସ୍ତାବ ଆଗତ
Budget Session: ଗୃହରେ ଶୋକ ପ୍ରସ୍ତାବ ଆଗତ
author img

By

Published : Mar 29, 2022, 11:26 AM IST

Updated : Mar 29, 2022, 12:32 PM IST

ଭୁବନେଶ୍ବର: ଚାଲିଛି ବିଧାନସଭା ବଜେଟ ଅଧିବେଶନ । ଆଜି ବଜେଟ ଅଧିବେଶନରେ ଚତୁର୍ଥ ଦିନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଶୋକ ପ୍ରସ୍ତାବ ଆଣିଛନ୍ତି । ଏହାକୁ ବିଜେପି ଓ କଂଗ୍ରେସ ସମର୍ଥନ କରିଛନ୍ତି । ଗୃହରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି ।

ରିପୁନାଥ ସେଠ୍ ବରଗଡ଼ ଜିଲ୍ଲାର ବରପାଲି ଠାରେ ଜନ୍ମଗ୍ରହଣ କରିଥିଲେ । ଗତ ରବିବାର ଦିନ ରିପୁନାଥଙ୍କ ହୃଦଘାତ୍‌ରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା । ବିଜେପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ପୂର୍ବତନ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ଥିଲେ ରିପୁନାଥ ସେଠ୍ । ବରଗଡ଼ ଜିଲ୍ଲା ବରପାଲି ନିବାସୀ ସ୍ବର୍ଗତ ରିପୁନାଥ ସେଠ୍‌ କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୯୫ ବିଧାନସଭା ନିର୍ବାଚନରେ ବିଜେପୁର ଆସନରୁ ନିର୍ବାଚିତ ହେବା ସହିତ ତତ୍କାଳୀନ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 29, 2022, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.